ଭୁବନେଶ୍ବର:ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନ ବନ୍ଦରରର ଅଗ୍ନି ନିରାପତ୍ତା ଯାଞ୍ଚ କଲା ଅଗ୍ନିଶମ ବାହିନୀ । ଏୟାରପୋର୍ଟର ଏୟାରଷ୍ଟ୍ରିପ ସହ ଫାୟାର କଣ୍ଟ୍ରୋଲ ରୁମ୍ର ଯାଞ୍ଚ କରାଯାଇଛି । ହ୍ୟାଙ୍ଗର ଓ କାର୍ଗୋ ହଲ୍ ସମେତ ପାସେଞ୍ଜର ଲାଉଞ୍ଜରେ କଡ଼ା ଚେକିଂ ହୋଇଛି । ଅଗ୍ନି ନିରାପତ୍ତା ସୁରକ୍ଷା ନେଇ ହୋଇଥିବା ଫାୟାର ଫାଇଟ୍ ସିଷ୍ଟମର ଯାଞ୍ଚ୍ କରିଛନ୍ତି ଅଗ୍ନିଶମ ବିଭାଗର ଡିଜି ।
ଆନ୍ତର୍ଜାତିକ ସ୍ତରର ବିମାନବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାହାସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି ତାହା ଯାଞ୍ଚ କରିଛନ୍ତି ଅଗ୍ନିଶମ କର୍ମଚାରୀ । ବିମାନବନ୍ଦର ନିର୍ଦ୍ଦେଶକ, CISF ଅଧିକାରୀଙ୍କ ସହ ବିମାନ ବନ୍ଦରରେ ଥିବା ଫାୟାର ଫାଇଟ ଅଧିକାରୀଙ୍କୁ ନେଇ ଯାଞ୍ଚ କରିଛନ୍ତି ଅଗ୍ନିଶମ ଟିମ୍ । ଫାୟାର ପ୍ରିଭେନ୍ସନ୍ ଆକ୍ଟ ୨୦୧୭ ଆଧାରରେ ଅଘଟଣ ଘଟିଲେ ମୁକାବିଲା କଣ ସବୁ ସରଞ୍ଜାମ ରହିଛି ସେ ନେଇ ଯାଞ୍ଚ ହୋଇଛି ।