ଭୁବନେଶ୍ବର: ଅଗ୍ନି ନିରାପତ୍ତାରେ କେତେ ସୁରକ୍ଷିତ ରାଜ୍ୟର ହସ୍ପିଟାଲ ? ଏନେଇ କ’ଣ ପଦକ୍ଷେପ ନେଇଛନ୍ତି କ୍ଲିନିକ ଓ ନର୍ସିଂହୋମ । ଆବଶ୍ୟକୀୟ ସରଞ୍ଜାଜାମ ଓ ଉପକରଣ ମହଜୁଦ୍ ଅଛି କି ନାହିଁ । ଯାହାର ତଦାରଖ କରୁଛନ୍ତି ଅଗ୍ନିଶମ କର୍ମଚାରୀ । ଏହା ସହିତ ଏନେଇ ଲାଇସେନ୍ସ ସହ ବାଧ୍ୟତାମୂଳକ ପଦକ୍ଷେପ ନେବାକୁ ହେଉଛି ଚେକିଂ ।
ହସ୍ପିପିଟାଲରେ ଅଗ୍ନି ନିରାପତ୍ତା ଯାଞ୍ଚ ହସ୍ପିଟାଲର ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ତତ୍ପର ଓଡିଶା ଅଗ୍ନିଶମ ବିଭାଗ । ଏନେଇ ଅନେକ ସମୟରେ ହେଉଛି ସରପ୍ରାଇଜ ଭିଜିଟ୍ । ହସ୍ପିଟାଲ କର୍ମଚାରୀଙ୍କୁ ମକଡ୍ରିଲ ଜରିଆରେ ଦିଆଯାଉଛି ଟ୍ରେନିଂ । ହସ୍ପିଟାଲର ଏଣ୍ଟ୍ରାନସ ଓ ଏକଜିଟ୍ ସହ ଅଘଟଣ ଘଟିଲେ, କିପରି ନେବେ ପଦକ୍ଷେପ ସେଦିଗରେ ଅଗ୍ନିଶମ କର୍ମଚାରୀ ହସ୍ପିଟାଲ ଷ୍ଟାଫ ଓ କର୍ମଚାରୀଙ୍କୁ ଦେଉଛନ୍ତି ତାଲିମ ।
ସେପଟେ ଅନେକ ବଡ ହସ୍ପିଟାଲ ଅଗ୍ନି ନିରାପତ୍ତା ସୁରକ୍ଷା ବ୍ୟବସ୍ଥାକୁ ମାନୁଥିବାବେଳେ ଅନେକ ଛୋଟଛୋଟ ନର୍ସିଂହୋମ ଓ କ୍ଲିନିକ ଖାମଖିଆଲ ମନୋଭାବ ପୋଷଣ କରୁଛନ୍ତି । ଯେଉଁଥି ପାଇଁ ଅନେକ ସରଞ୍ଜାମ ଲଗାଯାଉଥିଲେ ମଧ୍ୟ ଏହା ବ୍ୟବହାର ଉପଯୋଗୀ କି ନାହିଁ, ତାକୁ କେହି ଧ୍ୟାନ ଦେଉନାହାଁନ୍ତି । ଅନେକ ଛୋଟଛୋଟ କ୍ଲିନିକ ମଧ୍ୟ ନିୟମକୁ ଆଖିଠାର ମାରି ଜାଣିଶୁଣି ନଜର ଆଢୁଆଳରେ ଏଦିଗରେ ଧ୍ୟାନ ଦେଉନାହାନ୍ତି । ଅଗ୍ନିଶମ ଅଧିକାରୀଙ୍କ ସ୍କାନରକୁ ଆସୁନାହିଁ ଏସବୁ ଚରମ ଅବହେଳାକାରୀଙ୍କ ସୁରାକ ।
ତେବେ ରାଜ୍ୟରେ ପୁର୍ବରୁ ଘଟିଛି ଅନେକ ଅଗ୍ନିକାଣ୍ଡ ଘଟଣା । 17 ଅକ୍ଟୋବର 2016 ରେ ଭୁବନେଶ୍ବର ସମ ହସପିଟାଲରେ ଘଟିଥିଲା ବଡଧରଣର ଅଗ୍ନିକାଣ୍ଡ । 21 ସେପ୍ଟେମ୍ବର 2020 କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଘଟିଥିଲା ଅଗ୍ନିକାଣ୍ଡ । ଏପରିକି ଫାୟାର ସେଫଟି ଯାଞ୍ଚ ସତ୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏଦିଗରେ ଆହୁରି ଅଧିକ ଧ୍ୟାନ ଦେବା ଅତି ଗୁରୁତ୍ବପୁର୍ଣ୍ଣ ହୋଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ