ଓଡିଶା

odisha

ETV Bharat / city

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଫାୟାର ପାର୍କ, ବୁଲିପାରିବେ ସର୍ବସାଧାରଣ - ରାଜଧାନୀରେ ଖୋଲିଲା ଫାୟାର ପାର୍କ

ଭୁବନେଶ୍ବରରେ ଖୋଲିଲା ଫାୟାର ପାର୍କ । ଜନସାଧାରଣଙ୍କ ପାଇଁ ଶନିବାର ଓ ରବିବାର ଖୋଲା ରହିବ । କିପରି ବିପର୍ଯ୍ୟୟ ମୁକାବିଲା କରାଯିବ ତାହା ବିଷୟରେ ଦେଖାଯିବ । ଅଧିକ ପଢନ୍ତୁ...

fire park inagurated by odisha cm naveen pattnaik
ରାଜଧାନୀରେ ଖୋଲିଲା ଫାୟାର ପାର୍କ,ଜାଣନ୍ତୁ କିପରି ବୁଲିପାରିବେ ଜନସାଧାରଣ

By

Published : Jan 5, 2021, 10:03 PM IST

ଭୁବନେଶ୍ବର: ପୂର୍ବରୁ ଆପଣ ରାଜଭବନ,ଫରେଷ୍ଟ ପାର୍କ ,ସାଇନସ ପାର୍କ ଭଳି ଏକାମ୍ର ପାର୍କ ବୁଲିଥିବେ । କିନ୍ତୁ ଏଥର ଆପଣ ଫାୟାର ପାର୍କର ଆନନ୍ଦ ଉଠାଇପାରିବେ। କାରଣ ରାଜଧାନୀରେ ଖୋଲିଛି ଏଭଳି ପାର୍କ । ଯେଉଁଠି ଜନସାଧାରଣ ଅଗ୍ନିକାଣ୍ଡ ବା ବିପର୍ଯ୍ୟୟ ମୁକାବିଲା ବେଳେ କିଭଳି ସାମ୍ନା କରନ୍ତି ତାହା ବୁଲି ଦେଖି ଜାଣିପାରିବେ।

ରାଜଧାନୀରେ ଖୋଲିଲା ଫାୟାର ପାର୍କ,ଜାଣନ୍ତୁ କିପରି ବୁଲିପାରିବେ ଜନସାଧାରଣ

ରାଜଧାନୀରେ ଖୋଲିଲା ଫାୟାର ପାର୍କ,ଜାଣନ୍ତୁ କିପରି ବୁଲିପାରିବେ ଜନସାଧାରଣ । ଅଗ୍ନିକାଣ୍ଡ ଘଟିଲେ ବା ବିପର୍ଯ୍ୟୟ ବେଳେ କିପରି ମୁକାବିଲା କରିବେ ସେ ବିଷୟରେ ବୁଲି ଦେଖିବେ । ଭୁବନେଶ୍ବରରେ ଫାୟାର ଏକାଡେମୀରେ ଖୋଲିଲା ଦେଶର ପ୍ରଥମ ଫାୟାର ପାର୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନସ ଜରିଆରେ ଉଦଘାଟନ କରିଛନ୍ତି। ଯାହାକୁ ଜନସାଧାରଣ ପ୍ରତି ଶନିବାର ଓ ରବିବାର ଅପରାହ୍ଣ ୩ଟା ରୁ ୫ଟା ମଧ୍ୟରେ ବୁଲି ଦେଖିପାରିବେ। ଅର୍ଥାତ ଅଗ୍ନିକାଣ୍ଡ ଘଟିଲେ ବା ବିପର୍ଯ୍ୟୟ ବେଳେ କିପରି ମୁକାବିଲା କରାଯାଏ, ପାଣିରେ ବୁଡ଼ି ଯାଇଥିବା ଲୋକକୁ କିଭଳି ଉଦ୍ଧାର କରାଯାଏ, ଘରେ ନିଆଁ ଲାଗିଲେ କିପରି ମୁକାଵିଲା କରିବେ, ତା ସହିତ ଓଡିଶା ଅଗ୍ନିଶମ ବିଭାଗର ମୁକାବିଲା ପାଇଁ ଥିବା ଯନ୍ତ୍ରାଂଶ ନିଆଁ ଲିଭା ଗାଡିଠୁ ଆରମ୍ଭ କରି ଅଟ୍ଟାଳିକାରେ ନିଆଁ ଲାଗିଲେ କିପରି ଲିଭାଇବା ପାଇଁ ଯନ୍ତ୍ର ସେ ସବୁକୁ ବୁଲି ଜନସାଧାରଣ ଦେଖିପାରିବେ।

ଏନେଇ ଏକାଡେମୀରେ ଥିବା ଟ୍ରେନିଂ ସାମଗ୍ରୀକୁ ପାର୍କ ଭାବରେ କିପରି ଜନସାଧାରଣ ଦେଖିପାରିବେ ଓ ନିଆଁ ଲାଗିଲେ ଯେପରି ମୁକାବିଲା କରିପାରିବେ କିମ୍ବା ଅନ୍ୟକୁ ସହଯୋଗ କରିପାରିବେ ସେନେଇ ଏହି ପାର୍କର ମୂଳ ଲକ୍ଷ୍ୟ ରହିଛି ବୋଲି ଫାୟାର ଡିଜି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details