ଓଡିଶା

odisha

ETV Bharat / city

ବହି ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ବହି ପାଉଁଶ

ପୁରୁଣା ଷ୍ଟେସନ ବଜାରରେ ଥିବା ଏକ ବହି ଦୋକାନରେ ଭୟାବହ ଅଗ୍ନିକାଣ୍ଡ । କୌଣସି କାରଣରୁ ବହି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବହି ପୋଡି ପାଉଁଶ ହୋଇଯାଇଛି ।

By

Published : Mar 26, 2019, 8:49 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଳମ୍ବିତ ରାତିରେ ପୁରୁଣା ଷ୍ଟେସନ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଏକ ବହି ଗୋଦାମରେ ଅଗ୍ନିକାଣ୍ଡ ଘଟି ଗୋଦାମର 4 ବଖରା ଘର ଜଳି ଯିବା ସହ ବ୍ୟାପକ ବହି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାତି ପ୍ରାୟ 1ଟା ସମୟରେ ପୁରୁଣାବଜାର ଷ୍ଟେସନ ଥିବା ଏକ ବହି ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ବହି ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ 3ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details