ଭୁବନେଶ୍ବର: ରାଜଧାନୀରେ ମାନିଲେନି କଟକଣା । ଫୁଟିଲା ବାଣ । କୋରୋନା କାଳରେ ବାଣ ଫୁଟା ଉପରେ ଲାଗିଥିବା କଟକଣା କାମ ଦେଲାନି । ପୋଲିସର କଡା ଚେତାବନୀ ପରେ ବି ବାଣ ଫୁଟାଇଲେ ଅମାନିଆ ।
କୋରୋନା କାଳରେ ଚଳିତ ବର୍ଷ ଦୀପାବଳି ପାଇଁ ସରକାର ଅନେକ କଟକଣା ଜାରି କରିଥିଲେ । ବାଣ ନଫୁଟାଇବା ପାଇଁ କଡା ଚେତାବନୀ ଦିଆଯାଇଥିଲା । ଏହାକୁ ଜଗିବା ପାଇଁ ସମସ୍ତ ଥାନା ଓ 17 ପ୍ଲାଟୁନ ପୋଲିସଙ୍କୁ ଅପରାହ୍ନରୁ ମଧ୍ୟରାତ୍ରୀ ଯାଏ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏସବୁ ସତ୍ତ୍ବେ ମଧ୍ୟ ରାଜଧାନୀରେ ବାଣ ଫୁଟିଥିବା ଦେଖିବାକୁ ମିଳିଛି ।