ଭୁବନେଶ୍ବର:ମାର୍କେଟ ବିଲ୍ଡିଂ(Market Building) ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ(Usha Electronics) ସୋରୁମରେ ଅଗ୍ନିକାଣ୍ଡ । ଗତକାଲି(ଗୁରୁବାର) ରାତି ପ୍ରାୟ ୧୦ରେ ନିଆଁ ଲାଗିଥିବା ନେଇ ସୂଚନା । ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ
ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ସୋରୁମରେ ହଠାତ୍ ନିଆଁ ଲାଗିଯାଇଥିଲା (fire breaks out at usha electronics ) । ଖବରପାଇ ଅଗ୍ନିଶମ ବାହିନୀର ୩ଟି ଗାଡି ସହ ୪୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ଏନେଇ କେହି ଆହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ହସ୍ତକ୍ଷେପ ହୋଇପାରିନାହିଁ । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ଉଷା ସୋରୁମ ପାଖ ଦୋକାନକୁ ନିଆଁ ସାମାନ୍ୟ ବାପିଥିବାବେଳେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଦୋକାନଟି ଇଲୋକ୍ଟ୍ରୋନିକ୍ସ ସୋରୁମ ହୋଇଥିବାବେଳେ ନିଆଁ ବ୍ୟାପିବା ପ୍ରତି ବିପଦ ରହିଥିଲା । କିନ୍ତୁ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବଡ ବିପଦକୁ ଟାଳିବାରେ ସଫଳ ହୋଇଥିଲେ ।