ଓଡିଶା

odisha

ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

By

Published : Apr 16, 2022, 7:06 AM IST

Updated : Apr 16, 2022, 7:22 AM IST

ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଚାହୁଁ ଚାହୁଁ ଜଳି ଉଠିଲା କେଶରୀ ମଲ: ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଚାହୁଁ ଚାହୁଁ ଜଳି ଉଠିଲା କେଶରୀ ମଲ: ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ବର: ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ । ପାଉଁଶ ହୋଇଗଲା ଆସବାପତ୍ର । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ ।

ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

ରାତିପ୍ରାୟ ୧୧ଟା ବେଳକୁ ଜଳି ଉଠିଥିଲା ଦୋକାନ । ଖବର ପାଇ ପହଞ୍ଚିଥିଲା ଅଗ୍ନିଶମ ଟିମ । ପାଖାପାଖି ୧ଘଣ୍ଟା ଧରି ନିଆଁକୁ ଲିଭାଇ ଆୟତ୍ତ କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ଏନେଇ କେହି ଆହତ ହୋଇ ନଥିବା ବେଳେ ଆସବାପତ୍ର ସହ ଦୋକାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଭଳି ନିଆଁ ଲାଗିଲା ସେନେଇ ଖୋଳତାଡ କରୁଛି ଅଗ୍ନିଶମ ବାହିନୀ । ତେବେ ମଲରେ ନିଆଁ ଲାଗିବା ଘଟଣା ପରେ ଏବେ ଅନ୍ୟ ମଲ କର୍ତ୍ତୃପକ୍ଷଙ୍କ ପାଇଁ କଡା ଆହ୍ଵାନ ହୋଇଛି । ଅନ୍ୟ ମଲ ଗୁଡିକରେ ଫାୟାର ସେଫଟି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 16, 2022, 7:22 AM IST

ABOUT THE AUTHOR

...view details