ଓଡିଶା

odisha

ETV Bharat / city

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ସିଲିଣ୍ଡର ଜଳିଲା ଘର

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 2 ବଖରା ଘର ଓ କ୍ୟାବିନ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ.....

By

Published : Jul 25, 2020, 9:58 AM IST

fire breaks in bhubaneswar, no casualty
ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ସିଲିଣ୍ଡର ଜଳିଲା ଘର

ଭୁବନେଶ୍ବର:ରାଜଧାନୀରେ ବଡ ଧରଣର ଅଗ୍ନିକାଣ୍ଡ । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ କେନାଲ ରୋଡ ନିକଟସ୍ତ ଗାୟତ୍ରୀ ବସ୍ତିରେ ଅଘଟଣ । ବସ୍ତିର ବାବୁରାମ ନାଥଙ୍କ ଘରେ ନିଆଁ ଲାଗିବା ଯୋଗୁଁ ଗୋଟିଏ କ୍ୟାବିନ ସମେତ ଦୁଇବଖରା ପଲିଥିନ ଘର ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଦ୍ବାରା ଘର ଭିତରେ ଥିବା ଏକ ସିଲିଣ୍ଡର ଫାଟି ଯାଇଥିଲା ।

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ସିଲିଣ୍ଡର ଜଳିଲା ଘର

ଶୁକ୍ରବାର ବିଳମ୍ବିତ ରାତିରେ ଖବର ପାଇ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲା । ହେଲେ ସେତେବଳକୁ ପୋଡି ପାଉଁସ ହୋଇଯାଇଥିଲା ସବୁକିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ବେଳେ ଅନେକ ଆସବାବପତ୍ର ପୋଡି ଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ ଅଗ୍ନିଶମ ଟିମ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details