ଭୁବନେଶ୍ବର: ଆଜିକାଲି ସହଜରେ ଦୁଇ ପଇସା ରୋଜଗାର କରିବାର ନିଶା ଅଧିକାଂଶ ଲୋକଙ୍କୁ ଘାରିଛି । କିଛି ଲୋକ ବେଆଇନ ପନ୍ଥା ମଧ୍ୟ ଆପଣେଇବାକୁ ପଛାଉନାହାଁନ୍ତି । ଇତିମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟକ୍ତି ବିଏମସି ନାଁରେ ପାର୍କିଂ ଫି’ ଆଦାୟ କରୁଥିବାର ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ବିଏମସି ପକ୍ଷରୁ ରାଜଧାନୀର କିଛି ପ୍ରମୁଖ ସ୍ଥାନରେ ପାର୍କିଂର ବ୍ୟବସ୍ଥା ମାନ କରାଯାଇଛି । ଯେଉଁଥିରେ ବିଏମସି ଲୋଗୋ ଥିବା ଟିକେଟ ଉପଲବ୍ଧ ହୋଇଥାଏ । ତେବେ ଜାଲ ଲୋଗୋ ବ୍ୟବହାର କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି କିଛି ପେସାଦାର ଠକ । ପ୍ରିଂ ପାର୍କି ସ୍ଥଳରେ ବିଏମସି ନାଁରେ ଲୁଟୁଛନ୍ତି ହଜାର ହଜାର ଟଙ୍କା । ଏନେଇ କିଛି ଅଭିଯୋଗ ଆସିବା ପରେ ତତ୍ପରତା ଦେଇଛି ବିଏମସି ।