ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ନେଇ ବିଏମସି ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । କୋରୋନା ଲକଡାଉନ କଟକଣା ସମୟରେ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଓ ଧାରଣା ନେଇ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ କଲା ବିଏମସି ।
ଲକଡାଉନରେ ବିକ୍ଷୋଭ କରି ଫସିଲେ, ମାମଲା ରୁଜୁ କଲା ବିଏମସି - ବିଏମସି ପକ୍ଷରୁ ମାମଲା ରୁଜୁ
କୋରୋନା ଲକଡାଉନ କଟକଣା ସମୟରେ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଓ ଧାରଣା ନେଇ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ କଲା ବିଏମସି । ଅଧିକ ପଢନ୍ତୁ...
ଲକଡାଇନ ନିୟମ ଉଲଙ୍ଘନ, ରାଜନୈତିକ ଦଳ ନାଁରେ ମାମଲା
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁଯାୟୀ, ସଭାସ୍ଥଳ କିମ୍ବା କୌଣସି ସ୍ଥାନରେ ଏକତ୍ରିତ ହେବା ସମ୍ପୂର୍ଣ୍ଣ ବେଆଇନ । ପୂର୍ବରୁ ରାଜନୈତିକ ଦଳଙ୍କର ବିକ୍ଷୋଭ ପରେ ଜୋରିମାନା କରାଯାଇଛି । ଆଗକୁ ମଧ୍ୟ ଜୋରିମାନା ଆଦାୟ ହେବ । ତେବେ ବିଭିନ୍ନ ଦଳର ବିକ୍ଷୋଭ ନେଇ ଶୁକ୍ରବାର ଭୁବନେଶ୍ବର ବିଭିନ୍ନ ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ