ଭୁବନେଶ୍ବର: ଆଇଏଏସ ହେମନ୍ତ ଶର୍ମାଙ୍କ ନାରେ ଏତଲା । ମହାମାରୀ କୋରୋନାର ମୁକାବିଲା ପାଇଁ ମାସ୍କ ଓ ପିପିଇ କିଣା ଦୁର୍ନୀତି ନେଇ ଅଭିଯୋଗ ହୋଇଛି । ଏ ନେଇ ସୂଚନା ଅଧିକାର କର୍ମଚାରୀ କ୍ଯାପିଟାଲ ଥାନାରେ ଏତଲା ଦେଇଛନ୍ତି ।
ଆଇଏଏସ ହେମନ୍ତ ଶର୍ମାଙ୍କ ନାରେ କ୍ୟାପିଟାଲ ଥାନାରେ ଏତଲା - bbsr news
ଆଇଏଏସ ହେମନ୍ତ ଶର୍ମାଙ୍କ ନାରେ ମାସ୍କ ଓ ପିପିଇ କିଣା ଦୁର୍ନୀତି ନେଇ ଥାନାରେ ଅଭିଯୋଗ । ଏ ନେଇ ସୂଚନା ଅଧିକାର କର୍ମଚାରୀ କ୍ଯାପିଟାଲ ଥାନାରେ ଏତଲା ଦେଇଛନ୍ତି ।
ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତିଙ୍କ ନେତୃତ୍ବରେ ମାସ୍କ ଓ ପିପିଇ କିଣା ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାରେ ଥାନା ଅଧିକାରିଙ୍କୁ ଏତଲା ଦିଆଯାଇଛି। କିପରି ମାସ୍କ ଓ ପିପିଇ କିଣାରେ ତତ୍କାଳିନ ସ୍ବାସ୍ଥ୍ଯ ସଚିବ ହେମନ୍ତ ଶର୍ମା ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ପାଇଁ ଏତଲାରେ ଦର୍ଶାଯାଇଛି। ଏଥି ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ଯାନ୍ଯ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ମଧ୍ଯ ଦାବି କରାଯାଇଛି। ତେବେ କେନ୍ଦ୍ରୀୟ ଅର୍ଥକୁ ଏପରି ଦୁର୍ନୀତି କରାଯାଇଛି ଏହାକୁ ନେଇ ଖୁବଶୀଘ୍ର ସିବିଆଇର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ସୂଚନା ଅଧିକାର ସୁଧିର ମହାନ୍ତି।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ