ଓଡିଶା

odisha

ETV Bharat / city

ବିମାନ ଯାତ୍ରୀଙ୍କୁ ଲୁଟ ପାଇଁ ମାତିଛନ୍ତି ଗ୍ୟାଙ୍ଗ, ଗୋଏୟାର ନାଁରେ ଅଭିଯୋଗ - ଭୁବନେଶ୍ବର

ନିର୍ଦ୍ଦିଷ୍ଟ ଭାବେ ଲୁଟ କରିବାକୁ ଯାତ୍ରୀଙ୍କୁ କରାଯାଉଛି ଟାର୍ଗେଟ। ସୁମିତ କେଡିଆ ନାମକ ଜଣେ ବିମାନଯାତ୍ରୀ ଗୋଏୟାର ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁଭନେଶ୍ବର

By

Published : Jun 27, 2019, 1:05 PM IST

ଭୁବନେଶ୍ବର: ବିମାନଯାତ୍ରୀଙ୍କୁ ଲୁଟ ପାଇଁ ଅପରେଟ ହେଉଛି ଗ୍ୟାଙ୍ଗ। ନିର୍ଦ୍ଦିଷ୍ଟ ଭାବେ ଲୁଟ କରିବାକୁ ଯାତ୍ରୀଙ୍କୁ କରାଯାଉଛି ଟାର୍ଗେଟ। ସୁମିତ କେଡିଆ ନାମକ ଜଣେ ବିମାନଯାତ୍ରୀ ଗୋଏୟାର ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ୫୦ ହଜାର ଟଙ୍କା ସହ ସୁନା ରୁପା ମୁଦ୍ରା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ବୁଧବାର ଫ୍ଲାଇଟ G8123 ଗୋଏୟାର ବିମାନ ଯୋଗେଁ PNR -M63UNP କଲିକତାରୁ ଭୁବନେଶ୍ବର ଆସିଥିଲେ ଲକ୍ଷ୍ମୀସାଗରର ସୁମିତ କେଡିଆ। ସେ ଓହ୍ଲାଇବା ପରେ ନିଜ ସାଥିରେ ଆଣିଥିବା ବ୍ୟାଗର ଚେନ ଖୋଲାଥିବା ଦେଖିବାକୁ ପାଇଥିଲେ। ଏପରିକି ସିକ୍ୟୁରିଟି ଚେକ ପରେ ଲାଗିଥିବା ଟ୍ୟାଗ ମଧ୍ୟ ଖୋଲାଯିବା ସହ ଟାମ୍ପରିଂ ହୋଇଥିଲା ।

ତେବେ ବ୍ୟାଗ ଚେନ ଖୋଲାଥିବା ନେଇ ଗୋଏୟାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ ବି କେହି ଶୁଣିନଥିଲେ। ଶେଷରେ ସେ ବାଧ୍ୟ ହୋଇ ଏୟାରପୋର୍ଟ ଥାନାରେ ଏତଲା ଦେଇଥିଲେ। ଏହି ଲୁଟ ପଛରେ ଲୁଟ ଗ୍ୟାଙ୍ଗ କାମ କରୁଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ନେଇ ସେ ଟ୍ୱିଟରରେ ଟ୍ୱିଟ କରିବା ପରେ ଗୋଏୟାର ପକ୍ଷରୁ ଏନେଇ ଯାଞ୍ଚ କରାଯିବ ବୋଲି ପ୍ରତିକ୍ରିୟା ମିଳିଛି।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details