ଓଡିଶା

odisha

ETV Bharat / city

'ଆର୍ଥିକ ପ୍ୟାକେଜ ଚାଷୀ-ଗରିବ-MSME-ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବ' - କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ଚାଷୀ, ଗରିବ, ଏମଏସଏମଇ ଓ ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ...

'ଆର୍ଥିକ ପ୍ୟାକେଜ ଚାଷୀ-ଗରିବ-MSME-ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବ'
'ଆର୍ଥିକ ପ୍ୟାକେଜ ଚାଷୀ-ଗରିବ-MSME-ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବ'

By

Published : Jun 28, 2021, 10:52 PM IST

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି(ସୋମବାର) ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ରପ୍ତାନୀକୁ ଗତି ଦେବା ସହ ରୋଜଗାର ପ୍ରଦାନ କରିବ । ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଆର୍ଥିକ ସଙ୍କଟକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ପ୍ୟାକେଜ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଆତ୍ମନିର୍ଭର ରୋଜଗାର ଯୋଜନାର ସମ୍ପ୍ରସାରଣ ଲାଗି ଏହି ଆର୍ଥିକ ପ୍ୟାକେଜ ବେଶ ଉପଯୋଗୀ । କୋଭିଡ ପ୍ରଭାବିତ ଅଞ୍ଚଳରେ ଋଣ ସୁବିଧା ଚାଷୀ, ଗରିବ, MSME, ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ ଏବଂ ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ମୁକାବିଲା କରିବା ପାଇଁ ୬.୨୮ ଲକ୍ଷ କୋଟି ସହାୟତା ରାଶି ନିଶ୍ଚିତ ଭାବରେ ସହାୟକ ହେବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଷ୍ଟେଜ୍ ହୋଲଡର ମାନଙ୍କୁ ଆର୍ଥିକ ସହାୟତା, ଏମଏଫଆଇ ମାଧ୍ୟମରେ ଋଣ ଧାର ନେଇଥିବା ୨୫ ଲକ୍ଷ ବ୍ୟକ୍ତିଙ୍କ ପାଇଁ କ୍ରେଡ଼ିଟ ଆଉଟରିଚ୍ ଏବଂ ଡ଼ିଜିଟାଲ ଇଣ୍ଡିଆ ସମେତ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନର ସମୟ ସୀମା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବଦରେ ସରକାର ପ୍ରାୟ ୯୩, ୮୬୯ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ଚାଷୀମାନଙ୍କୁ ସାର ସବସିଡି ବାବଦରେ ଅତିରିକ୍ତ ୧୪ ହଜାର ୭୭୫ କୋଟି ବ୍ୟୟ କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସମସ୍ତ ପ୍ୟାକେଜ ମାଧ୍ୟମରେ ସ୍ଵାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବା ସହିତ ମହାମାରୀ ଦ୍ଵାରା ପ୍ରଭାବିତ ବିଭିନ୍ନ କ୍ଷେତ୍ରର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details