ଭୁବନେଶ୍ବର:ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ବଜେଟ ଉପରେ ସାଧାରଣ ଆଲୋଚନା ଶେଷ । ୧୨ ମାର୍ଚ ୧୦.୩୦ ଯାଏ ଗୄହ ମୂଲତବୀ । ଅଧିବେଶନର ବଜେଟ ଆଲୋଚନାରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ । ୬ ବର୍ଷରେ କେନ୍ଦ୍ର କାଟିଛି ୫୬ ହଜାର ୨୨୨ କୋଟି ।
ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବଜେଟ ଆଲୋଚନାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିବା ବେଳେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ଗତ ୬ ବର୍ଷରେ ୫୯ ହଜାର ୨୨୨ କୋଟି ଦେଇନାହାନ୍ତି କେନ୍ଦ୍ର ସରକାର । ଏହି ଟଙ୍କାକୁ ଅର୍ଥ କମିଶମ ସୁପାରିସ କରିଥିବା ସତ୍ତ୍ବେ ମିଳିନାହିଁ । ଏହା ସହ କେନ୍ଦ୍ର ସରକାର ୮ଟି ଯୋଜନାକୁ ଉଚ୍ଛେଦ କରିଛନ୍ତି। ଏଫଆରବିଏମ ଆକ୍ଟ ଅନୁସାରେ ସରକାର ୠଣ କରିଛନ୍ତି। ଧାନ ସବସିଡି ବାବଦରେ ବକେୟା ରହିଛି ୮ ହଜାର କୋଟିରୁ ଉର୍ଦ୍ଧ୍ବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।