ଭୁବନେଶ୍ବର: ଆସନ୍ତା 20 ତାରିଖରେ ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗୋଆରେ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍କେ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡି଼ଶାର ଦୁଇଟି ଦାବି ଉପସ୍ଥାପନ କରି କମିଶନଙ୍କ ନଜରକୁ ଆଣିବେ ଅର୍ଥମନ୍ତ୍ରୀ।
ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ଓଡ଼ିଶାର ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ପଞ୍ଚଦଶ ଅର୍ଥ କମିଶନକୁ ଭେଟି ଓଡ଼ିଶାର ଦୁଇଟି ମୁଖ୍ୟ ଦାବି ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 20 ତାରିଖରେ ଗୋଆରେ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍କେ ସିଂଙ୍କୁ ଭେଟିବେ ନିରଞ୍ଜନ ।
![ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ଓଡ଼ିଶାର ଅର୍ଥମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-4472619-thumbnail-3x2-niranjan.jpg)
ଫାଇଲ ଫଟୋ
ପ୍ରଥମଟି ହେଉଛି ରାଜ୍ୟଗୁଡିକୁ ସାମଗ୍ରୀ ଓ ସେବା ଟିକସ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଯେଉଁ 5 ବର୍ଷ ଅବଧି ରଖାଯାଇଛି ତାହା ବୃଦ୍ଧି କରାଯାଉ । ଯେହେତୁ ଟିକସ ସଂଗ୍ରହ କମିଛି ତେଣୁ ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା ଦାବି କରିବ ଓଡିଶା । ସେହିପରି ଦ୍ଵିତୀୟ ଦାବି ହେଉଛି ଐତିହ୍ୟ ସହର ପୁରୀ ପାଇଁ 2000 କୋଟି ଟଙ୍କା ପ୍ରଦାନ । ଏନେଇ ପଞ୍ଚଦଶ ଅର୍ଥ କମିଶନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ