ଭୁବନେଶ୍ବର:ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା ମଧ୍ୟରେ ବିଧାନସଭାରେ ଆଗତ ହେଲା ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ବିଲ୍ (Supplementary budget bill presented) । ଅର୍ଥମନ୍ତ୍ରୀ ବିଲ ଆଗତ କରିବା ପରେ ଗୃହକୁ କାଲି ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଏନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା । ଶୀତ ଅଧିବେଶନର ପ୍ରଥମ ଦିନରେ ବିଲ୍ ଆଗତ ହୋଇଛି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ଆଗତ କରିଥିଲେ (Finance Minister Niranjan Pujari presented supplementary budget) । 19,833 କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ବ୍ୟୟ ବରାଦ ପାଇଁ 3624, ସ୍ବାସ୍ଥ୍ୟ ବିଭାଗ ପାଇଁ 2310 ଏବଂ ଶକ୍ତି ବିଭାଗର ଅତିରିକ୍ତ ବ୍ୟୟ ବରାଦ ପାଇଁ 2143 କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି ।