ଆସିଲା ଓଡିଶା ବଜେଟ ଆପ, ସ୍ବତନ୍ତ୍ର ଆପରେ ମିଳିବ ତଥ୍ୟ - ସ୍ବତନ୍ତ୍ର ଆପରେ ମିଳିବ ରାଜ୍ୟ ବଜେଟ ତଥ୍ୟ
20:13 February 16
ଏଣିକି ବଜେଟ ଉପସ୍ଥାପନ ପରେ ଓଡିଶା ବଜେଟ ଆପ୍ରେ ମିଳିପାରିବ ସମସ୍ତ ତଥ୍ୟ । ଅଧିକ ପଢନ୍ତୁ...
ଭୁବନେଶ୍ବର: ଅର୍ଥ ବିଭାଗର ନୂଆ ପଦକ୍ଷେପ । 2020-21 ଆର୍ଥିକ ବର୍ଷ ପାଇଁ ଓଡିଶା ବଜେଟ ଆପ ପ୍ରସ୍ତୁତ ହୋଇଛି । ଏଣିକି ବଜେଟ ଉପସ୍ଥାପନ ପରେ ଆପ୍ରେ ସମସ୍ତ ତଥ୍ୟ ମିଳିପାରିବ। ଯାହା ଦ୍ବାରା ଜଣେ ସାଧାରଣ ଲୋକଟି ବଜେଟ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ ।
ଦିନକୁ ଦିନ ଅଧିକ ଡିଜିଟାଲ ବ୍ୟବସ୍ଥାକୁ ଆପଣାଉଛନ୍ତି ରାଜ୍ୟ ସରକାର। ଗତବର୍ଷ କୌଣସି ବଜେଟ ବହି ଛପା ଯାଇନଥିଲା। ଅର୍ଥ ବିଭାଗର ଏହି ପଦକ୍ଷେପ ଫଳରେ ପ୍ରାୟ 50 ଲକ୍ଷ ପୃଷ୍ଠା କାଗଜ ସଞ୍ଚୟ ହୋଇଥିବା ଅର୍ଥ ବିଭାଗ ଦାବି କରୁଛି। ଏହାଦ୍ବାରା ପ୍ରାୟ 700 ଗଛ ବଞ୍ଚି ଥିବା ବିଭାଗ କହିଛି । 2020-21 ଆର୍ଥିକ ବର୍ଷ ପାଇଁ ଓଡିଶା ବଜେଟ ଆପ ପ୍ରସ୍ତୁତ ହୋଇଛି। ବଜେଟ ଉପସ୍ଥାପନ ପରେ ଏଥିରେ ସମସ୍ତ ତଥ୍ୟ ମିଳିପାରିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ