ଭୁବନେଶ୍ବର: ମାୟାବିନୀ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫାସରେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଅର୍ଚ୍ଚନାଙ୍କ ବିରୋଧରେ ସେ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏଫଆଇଆର (FIR) ଦେଇଛନ୍ତି । ଅର୍ଚ୍ଚନାଙ୍କ ଜାଲରେ ସେ କିପରି ଫସିଥିଲେ ଓ କିପରି ବ୍ଲାକମେଲରଙ୍କ ଶିକାର ହୋଇଥିଲେ ସେ ସମ୍ପର୍କରେ ଅଭିଯୋଗକାରୀ ଅକ୍ଷୟ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।
କେବଳ ଅର୍ଚ୍ଚନା ନୁହେଁ ଅର୍ଚ୍ଚନାଙ୍କ ସହ ଆଉ ଜଣେ ଯୁବତୀଙ୍କ ନାଁ ମଧ୍ୟ ସେ ଉଲ୍ଲେଖ ରହିଛନ୍ତି । କିଭଳି ସେ ଅର୍ଚ୍ଚନାଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଏହି ଅଭିଯୋଗ ପରେ କର୍ପୋରେଟ ହାଉସର କିଛି ହେବିଓ୍ବେଟ ଓ ରାଜ୍ୟ ବାହାରର ବିଜନେସ ମ୍ୟାନଙ୍କ ମଧ୍ୟରେ ଭାଳେଣି ପଡିଲାଣି । ଯେଉଁମାନେ ଅର୍ଚ୍ଚନା ସହ ଫଟୋ ଉଠାଇଥିଲା ସେମାନେ ଏବେ ସୋସିଆଲ ମିଡିଆରୁ ଫଟୋ ଡିଲିଟ ଆରମ୍ଭ କରିଛନ୍ତି । ରାଜଧାନୀର ଜଣେ ସୁନା ବ୍ୟବସାୟୀଙ୍କ ଏହି ଫଟୋ ଡିଲିଟ ଏବେ ଏହି ଚର୍ଚାକୁ ଆହୁରି ଦ୍ବିଗୁଣିତ କରିଛି ।
ସୂଚନା ଥାଉ କି ଏହି ଲେଡ଼ି ବ୍ଲାକମେଲର ହେଉଛନ୍ତି ଅର୍ଚ୍ଚନା ନାଗ ଚାନ୍ଦ । ସ୍ବାମୀ ଜଗବନ୍ଧୁ ଚାନ୍ଦ । ମହିଳା ଜଣକ ଉଚ୍ଚ ଶିକ୍ଷିତା ଓ ଆଇନ ପାଠ ପଢିଥିବା ଜଣାପଡିଛି । ସ୍ବାମୀ ଜଗବନ୍ଧୁ ଚାନ୍ଦ ସହାୟତାରେ ଏଭଳି କଳା କାରନାମାରେ କରୁଥିବା ସନ୍ଦେହ ହେଉଛି । ତାଙ୍କ ଫାସରେ ଅନେକ ନାମିଦାମି ବ୍ୟକ୍ତି ରହିଛନ୍ତି । ବ୍ଲାକମେଲରଙ୍କ ହାଇପ୍ରୋଫାଇଲ ପଲିଟିକାଲ ଲିଙ୍କ ରହିଛି । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଏକ ବ୍ୟୟବହୁଳ ବଙ୍ଗଳା ମଧ୍ୟ ତିଆରି କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ଆଲିସାନ ବଙ୍ଗଳା ।