ଭୁବନେଶ୍ବର : ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ଵତନ୍ତ୍ର ପ୍ରଦର୍ଶନ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରର ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖ କରିଛନ୍ତି ।
କାର୍ଯ୍ୟକ୍ରମରେ ‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର ଉପସ୍ଥିତ ରହିଥିଲେ । ଗୋଟିଏ ଜାରଜର ଆତ୍ମପରିଚୟ ଅନ୍ଵେଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ ବୋଲି ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ରର ସହ - ପ୍ରଯୋଜିକା ସୁଚିସ୍ମିତା ମିଶ୍ର ଚଳଚ୍ଚିତ୍ର ନିର୍ମାଣର ପ୍ରେରଣା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି ।