ଓଡିଶା

odisha

ETV Bharat / city

ଚନ୍ଦନଙ୍କ ନୂଆ ଅବତାର: ଖୁବଶୀଘ୍ର ପରଦାକୁ ଆସିବ ପୌରାଣିକ ଚଳଚ୍ଚିତ୍ର ମହର୍ଷି - film Maharshi

ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି 'ମହର୍ଷି'। ଏହାର ଟେଲର ରିଲିଜ ହେଇଯାଇଛି । ଖୁବଶୀଘ୍ର ପରଦାକୁ ଆସିବ ଏହି ପୌରାଣିକ ଚଳଚ୍ଚିତ୍ର ମହର୍ଷି । ଅଧିକ ପଢନ୍ତୁ

ଖୁବଶିଘ୍ର ପରଦାକୁ ଆସିବ ପୌରାଣିକ ଚଳଚ୍ଚିତ୍ର ମହର୍ଷି
ଖୁବଶିଘ୍ର ପରଦାକୁ ଆସିବ ପୌରାଣିକ ଚଳଚ୍ଚିତ୍ର ମହର୍ଷି

By

Published : Feb 23, 2022, 5:39 PM IST

ଭୁବନେଶ୍ବର:ସ୍ବାଧୀନତା ସଂଗ୍ରାମରେ ଜୟୀ ରାଜଗୁରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିପାଇଁ ବ୍ରିଟିଶ ଶାସକ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପଛାଇନଥିଲେ। ହେଲେ ତାଙ୍କର ବୀରଗାଥା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ସେହି ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି 'ମହର୍ଷି'। ଏହାର ଟେଲର ରିଲିଜ ହେଇଯାଇଛି ।

ଚନ୍ଦନଙ୍କ ନୂଆ ଅବତାର

ଏପରି ଏକ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ସିନେମାଟିକୁ ନିର୍ମାଣ କରିଛନ୍ତି ପ୍ରଦୀପ କୁମାର ସାହୁ। ଏସଡିଡି ଏଣ୍ଟରଟେନମେଣ୍ଟ ବ୍ୟାନରରେ ରମାକାନ୍ତ କରଙ୍କ ନିବେଦିତ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଚାଲୁ ରହିଛି।

ଚନ୍ଦନଙ୍କ ନୂଆ ଅବତାର
ଚନ୍ଦନଙ୍କ ନୂଆ ଅବତାର
ଚନ୍ଦନଙ୍କ ନୂଆ ଅବତାର
ଚନ୍ଦନଙ୍କ ନୂଆ ଅବତାର

ଖାସ କଥା ହେଲା, ଏଥିରେ ଜୟୀ ରାଜଗୁରୁ ଭୂମିକାରେ ଅଭିନୟ କରିବେ ଓଲିଉଡ ଅଭିନେତା ଚନ୍ଦନ କର। ସଂଳାପ ରଚନା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସତ୍ୟବ୍ରତ ନାୟକ।

ଚନ୍ଦନଙ୍କ ନୂଆ ଅବତାର
ଚନ୍ଦନଙ୍କ ନୂଆ ଅବତାର
ଚନ୍ଦନଙ୍କ ନୂଆ ଅବତାର

ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ଏଥିରେ ଶ୍ରୀତମ ଦାସ, ଜୀବନ ପଣ୍ଡା, ଅଜୟ ପଟେଲ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details