ଭୁବନେଶ୍ବର:ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଆଜି(ସୋମବାର)ଠୁ 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ତେବେ ନାମାଙ୍କନ ଦାଖଲ ସମୟରେ ନିର୍ବାଚନ ଆୟୋଗ ଜାରି କରିଥିବା ଗାଇଡ଼ ଲାଇନ ପାଳନ କରିବେ ପ୍ରାର୍ଥୀ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ।
ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଗ୍ରହଣ କରିବେ । ମନୋନୟନ ପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ, ସମର୍ଥକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାସ୍କ ପିନ୍ଧିବେ । ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ମନୋନୟନ ପତ୍ର ପ୍ରଦାନ କରିବା ପାଇଁ ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ପ୍ରବେଶ କରିବେ ।
ଏହା ବି ପଢନ୍ତୁ: Panchayat Polls: ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ