ଓଡିଶା

odisha

ETV Bharat / city

ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ - BMC

ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ । ଏହା ମାଧ୍ୟମରେ ସପ୍ତାହେ ବ୍ୟାପୀ ବିଏମସିର ସମସ୍ତ ୬୭ ଟି ୱାର୍ଡର ପ୍ରତି ଘରେ ଘରେ ଫାଇଲେରିଆ ଔଷଧ ବିତରଣ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 27, 2019, 1:54 AM IST

ଭୁବନେଶ୍ବର: ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ । ଏହା ମାଧ୍ୟମରେ ସପ୍ତାହେ ବ୍ୟାପୀ ଔଷଧ ବଣ୍ଟନ କରାଯିବ । ଦୀର୍ଘ ମାସେ ଧରି ଏହି ନିରାକରଣ ଅଭିଯାନ ଚାଲିବ । ବିଏମସିର ସମସ୍ତ ୬୭ ଟି ୱାର୍ଡର ପ୍ରତି ଘରେ ଘରେ ଫାଇଲେରିଆ ଔଷଧ, ଡିଇସି ବିତରଣ କରାଯିବ।

ଡିଇସି ବଟିକା ସହିତ ସମସ୍ତଙ୍କୁ ଆଲବେଣ୍ଡାଜଲ ବଟିକା ଦିଆଯିବ । ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ । ସରକାରଙ୍କ ପକ୍ଷରୁ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗର୍ଭବତୀ ମହିଳା, ୨ ବର୍ଷରୁ କମ୍‌ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏହି ବଟିକା ଖାଇବାକୁ ଦିଆଯିବ ନାହିଁ । ବିଏମସି କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡି ଓ ସ୍ବେଚ୍ଛାସେବୀ ମାନଙ୍କୁ ଏହି କାମରେ ନିୟୋଜିତ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ଫାଇଲେରିଆ ଔଷଧ ବହୁତ କମ ସେବନ କରୁଛନ୍ତି ତେଣୁ ସଚେତନତା ଆଧାରରେ ଯେପରି ଅଧିକ ଲୋକ ଏହି ବଟିକା ସେବନ କରିବେ ସେନେଇ ଏ କାର୍ଯ୍ୟକ୍ରମ ହେଉଥିବା ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ ଏହି ନିରାକରଣ କାର୍ଯ୍ୟକ୍ରମ ଚାଲିଛି । ତେବେ ଚଳିତ ବର୍ଷ ରାଜ୍ୟର ଫାଇଲେରିଆ ପ୍ରବଣ 5ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଢେଙ୍କାନାଳ, ବାଲେଶ୍ବର ଓ ନୂଆପଡାରେ ଏହି ଅଭିଯାନ ଚାଲିବ ।

ସୂଚନା ଥାଉକି, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଡିଇସି ଏବଂ କୃମିନାଶକ ଔଷଧର ସେବନ ବଣ୍ଟନ ତୁଳନାରେ କମ ରହିଛି । ବଣ୍ଟନ ହାର 95 ପ୍ରତିଶତ ଥିବାବେଳେ ସେବନ ହାର 67 ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details