ଓଡିଶା

odisha

ETV Bharat / city

ଫିକି ଓଡିଶା ପକ୍ଷରୁ ପାଳିତ ହେଉଛି ଡାକ୍ତର ଦିବସ - କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଦିବସ

ବିଶ୍ବ ଡାକ୍ତର ଦିବସ ଅବସରରେ ଫିକି ଓଡିଶା ପକ୍ଷରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଧିକ ପଢନ୍ତୁ...

ଫିକି ଓଡିଶା ପକ୍ଷରୁ ପାଳିତ ହେଉଛି ଡାକ୍ତର ଦିବସ
ଫିକି ଓଡିଶା ପକ୍ଷରୁ ପାଳିତ ହେଉଛି ଡାକ୍ତର ଦିବସ

By

Published : Jul 1, 2021, 5:34 PM IST

ଭୁବନେଶ୍ବର: ଆଜି(ଗୁରୁବାର) ବିଶ୍ବବ୍ୟାପୀ ପାଳିତ ହେଉଛି ଡାକ୍ତର ଦିବସ । ଏହି ଅବସରରେ ଫିକି ଓଡିଶା ପକ୍ଷରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କୋଭିଡ ମହାମାରୀ ସତ୍ତ୍ବେ ବହୁ ସଂଖ୍ୟାରେ ଲୋକଙ୍କ ସେବାରେ ନିୟୋଜିତ ହୋଇଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ।

ଫିକି ଓଡିଶା ପକ୍ଷରୁ ପାଳିତ ହେଉଛି ଡାକ୍ତର ଦିବସ

ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବାକୁ କୃତଜ୍ଞତା ଜଣାଇବା ସହ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେପଟେ ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ଅତିଥି ଭାବେ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଯୋଗ ଦେଇଥିଲେ ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details