ଓଡିଶା

odisha

ETV Bharat / city

କୃଷିକ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ବୈଠକ - meeting

ଆଗାମୀ ଖରିଫ ଋତୁରେ କୃଷିକ୍ଷେତ୍ରରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 10, 2019, 4:13 PM IST

ଭୁବନେଶ୍ବର: ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ କୃଷିକ୍ଷେତ୍ରରେ ଅନେକ ପରିମାଣର କ୍ଷୟକ୍ଷତି ହୋଇଛି । ଯାହାର ପୁନରାବୃତ୍ତି ନହେବା ନେଇ ଆଗାମୀ ଖରିଫ ଋତୁରେ କୃଷିକ୍ଷେତ୍ରରେ ସମ୍ଭାବ୍ୟ ବିପର୍ଯ୍ୟୟ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କେନ୍ଦ୍ରୀୟ ଶୁଷ୍କ ଅଞ୍ଚଳ ଗବେଷଣା ଅନୁଷ୍ଠାନ ହାଇଦ୍ରାବାଦ ଓ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓଡିଶାର ମିଳିତ ସହଯୋଗରେ ସ୍ଥାନୀୟ କୃଷି ଭବନରେ ଏହି ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମରୁଡି,ବନ୍ୟା ,ବାତ୍ୟା,ବିଳମ୍ବିତ ମୌସୁମୀ,ରୋଗ ପୋକ ଉପଦ୍ରବରୁ ଫସଲ ହାନି ଆଦି ବିପର୍ଯ୍ୟୟ ସମୟରେ ଆଗାମୀ ଖରିଫ ଫସଲକୁ କିପରି ସୁରକ୍ଷିତ ରକ୍ଷା କରାଯିବା ସହିତ ଉପଯୁକ୍ତ ଯତ୍ନ ନିଆ ଯାଇପାରିବ ସେ ନେଇ ଚର୍ଚ୍ଚା କରିଛନ୍ତି କୃଷି ମନ୍ତ୍ରୀ ।

କିପରି ଚାଷୀକୁ ବଡ଼ କ୍ଷତିରୁ ରକ୍ଷା କରି ଅଧିକ ସୁଫଳ ପ୍ରଦାନ କରାଯାଇ ପାରିବ ସେନେଇ କୃଷି ବିଶେଷଜ୍ଞ, ପାଣିପାଗ ବିଜ୍ଞାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ପରାମର୍ଶ କରି କାର୍ଯ୍ୟପନ୍ଥା ନିର୍ଧାରଣ କରିବା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବଙ୍କ ସମେତ ICARର ନିର୍ଦେଶକ ଡ଼ଃ ଜି ରବୀନ୍ଦ୍ର ଚାରୀ, ଓୟୁଏଟି କୁଳପତି, ମୃର୍ତ୍ତିକା ସଂରକ୍ଷଣ ବିଭାଗର ନିର୍ଦେଶକଙ୍କ ସମେତ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀମାନେ ଏଥିରେ ଯୋଗଦାନ କରିଥିଲେ ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details