ଭୁବନେଶ୍ବର: ଗତ 24 ଘଣ୍ଟାରେ ପୁଣି 15 କୋରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି । ଆଜିର ଏହି ରିପୋର୍ଟରେ ରାଜ୍ୟରେ ମୋଟ 1640 ଜଣ କୋରୋନାରେ ଆଖି ବୁଜିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 4 ଜଣଙ୍କ ଜୀବନ ନେଇଛି ମହାମାରୀ ।
ଆଜି ପୁଣି 15 କୋରୋନା ଆକ୍ରାନ୍ତ ମୃତ, ସୁନ୍ଦରଗଡରୁ ସର୍ବାଧିକ 4
ପୁଣି ଗତ 24 ଘଣ୍ଟାରେ ଗଲା 15 କୋରୋନା ଆକ୍ରାନ୍ତଙ୍କ ଜୀବନ । ଫଳରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 1640 କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...
ଆଜି ପୁଣି 15 କୋରୋନା ଆକ୍ରାନ୍ତ ମୃତ
ମୃତକଙ୍କ ମଧ୍ୟରେ ଅନୁଗୋଳରୁ 56 ବର୍ଷର ପୁରୁଷ, ବଲାଙ୍ଗୀରରୁ 73 ବର୍ଷର ପୁରୁଷ, ଭୁବନେଶ୍ବରେ 65 ବର୍ଷର ମହିଳା, 69 ବର୍ଷର ପୁରୁଷ ରହିଛନ୍ତି । ସେହିପରି କଟକରେ 52 ବର୍ଷର ମହିଳା, ଗଞ୍ଜାମରେ 48 ବର୍ଷର ମହିଳା, ଝାରସୁଗୁଡାରେ 55 ବର୍ଷର ପୁରୁଷ, ଖୋର୍ଦ୍ଧାରେ 40 ବର୍ଷର ପୁରୁଷ, କେନ୍ଦୁଝରରେ 70 ବର୍ଷ ଓ 50ବର୍ଷର ପୁରୁଷ, ସମ୍ବଲପୁରରେ 74 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରେ 91 ବର୍ଷ ଓ 77 ବର୍ଷର ପୁରୁଷ, 62 ବର୍ଷର ପୁରୁଷ ଓ 59 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ