ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେଲା ନୂଆ ଗାଇଡଲାଇନ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାରେ ଫୁଟିବନି ବାଣ । କୋରୋନା ସଂକ୍ରମଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ କୋଭିଡ ପ୍ରସାରକୁ ଆଖି ଆଗରେ ରଖି ଅକ୍ଟୋବର ମାସ ପାଇଁ ଏପରି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୧ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।
ଆଗକୁ ଦଶହରା ଏବଂ ଦୀପାବଳି ଭଳି ଦୁଇଟି ବଡ ପର୍ବ ଆସୁଛି । ଦଶହରାରେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଓ ବିସର୍ଜନ ସମୟରେ ଅଧିକ ବାଣ ଫୁଟିବାର ଦେଖାଯାଏ । ସେହିପରି ଦୀପାବଳି ଆସୁଥିବାରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ନିଷେଧ ଘୋଷଣା କରିଛନ୍ତି ।