ଭୁବନେଶ୍ବର:ରାଜ୍ୟରେ ମାତିଛନ୍ତି ଖଣିଜ ପଦାର୍ଥ ତସ୍କର । ଚୋରି କରୁଛନ୍ତି ଦାମି ଖଣିଜ ପଦାର୍ଥ । ଯାହାର ଖୁଲାସା କରିଛି ଏସଟିଏଫ ଟିମ । ଷ୍ଟେନଲେସ ଷ୍ଟିଲ ପାଇଁ ବ୍ୟବହାର ହେଉଥିବା ଫରୋକ୍ରୋମର ତସ୍କରୀ କରୁଛନ୍ତି ଅପରାଧି । କଟକ ଟାଙ୍ଗି ଅଞ୍ଚଳରେ ଏସଟିଏଫ ସ୍ବତନ୍ତ୍ର ଅପରେସନ କରି ୨୧୪ ଟନର ଫେରୋକ୍ରମ ଜବତ କରିଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ।
ରାଜ୍ୟର ଥିବା ବିଭିନ୍ନ ପ୍ରୋସେସିଂ ୟୁନିଟକୁ ଆସୁଥିବା ଖଣିଜ ପଦାର୍ଥରୁ ଅଲଗା କରି ଦାମି ଖଣିଜ ପଦାର୍ଥ ରପ୍ତାନି ବେଳେ ଲୁଟ କରୁଛନ୍ତି ତସ୍କରୀ । କେତେବେଳେ ବିଭିନ୍ନ ପୋର୍ଟରୁ କଣ୍ଟେନର ସହ ତ କେତେବେଳେ ଟ୍ରକର ଡ୍ରାଇଭର ଓ ଅନ୍ୟ ମାନେ ମିଶି ଚୋରାଚାଲାଣ କରୁଛନ୍ତି ବସ୍ତା ବସ୍ତା ଫେରକ୍ରୋମ । କଟକ ଟାଙ୍ଗି ଅଞ୍ଚଳରେ ଦୁଇ ଦିନରେ ଏସଟିଏଫ ସ୍ବତନ୍ତ୍ର ଅପରେସନ କରି ୨୧୪ ଟନର ଫେରୋକ୍ରମ ଜବତ କରିଛି ଏସଟିଏଫ ଟିମ । ଯାହାର ମୂଲ୍ୟ ୨କୋଟି ଟଙ୍କା । ଖଣିଜ ପଦାର୍ଥ ଚୋରି ମାମଲାରେ ଅଜିତ ଗୁପ୍ତା,ସନ୍ତୋଷ ବର୍ମା ,ବାବୁଲି ଗୁପ୍ତା,କୁନ୍ଦନ ପାଶ୍ବବାନ,ନନ୍ଦକିଶୋର ସିଂ,ରାଧେଶ୍ୟାମ ସିଂକୁ ଗିରଫ କରିଛି ଏସଟିଏଫ ଟିମ।