ଓଡିଶା

odisha

ETV Bharat / city

ତାଲାବନ୍ଦରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛି ଫିଡ଼ ଇଣ୍ଡିଆ - feed india gives food item

ଫିଡ଼ ଇଣ୍ଡିଆ ନାମକ ଏକ ଅନୁଷ୍ଠାନ ରେଳ ଷ୍ଟେସନ,ବସ ଷ୍ଟାଣ୍ଡ ଓ ରାସ୍ତାଘାଟ ଆଦି ସ୍ଥାନରେ ସମୟରେ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି ।

feed- india
ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛି ଫିଡ଼ ଇଣ୍ଡିଆ

By

Published : Jun 21, 2020, 9:15 PM IST

ଭୁବନେଶ୍ବର: ଦେଶରେ କୋରୋନା ଦ୍ରୁତଗତି ବୃଦ୍ଧିକୁ ନେଇ ଏବେ ସମସ୍ତେ ଆତଙ୍କିତ । ଏବେ ବି ଦେଶର ଅନେକ ସ୍ଥାନରେ ଲକଡାଉନ ସଟଡାଉନ ବଳବତ୍ତର ରହିଛି । ଯେଉଁଥିପାଇଁ ଆବଶ୍ୟକୀୟ ଦୋକାନ ବଜାରକୁ ଛାଡିଦେଲେ ସବୁକିଛି ବନ୍ଦ । ଏଭଳି ସମୟରେ ଅନେକ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେଉଛି ଫିଡ଼ ଇଣ୍ଡିଆ ।

ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛି ଫିଡ଼ ଇଣ୍ଡିଆ

ରେଳ ଷ୍ଟେସନ,ବସ ଷ୍ଟାଣ୍ଡ ଓ ରାସ୍ତାଘାଟ ଆଦି ସ୍ଥାନରେ ଲୋକମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଜାର ଘାଟ ବନ୍ଦ ସାଙ୍ଗକୁ ହୋଟେଲ ଆଦି ମଧ୍ୟ ବନ୍ଦ ରହିଛି। ଏମିତିକି ରାସ୍ତାକଡ଼ରେ ରହୁଥିବା ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହେଉଛନ୍ତି।

ଏହି ସମୟରେ ଫିଡ଼ ଇଣ୍ଡିଆ ନାମକ ଏକ ଅନୁଷ୍ଠାନ ସେମାନଙ୍କ ମୁହଁରେ ଆହାର ଦେଇ ଖୁସି ଭରି ଦେଇଛି। ଲାକଡାଉନ ଆରମ୍ଭ ଦିନଠାରୁ ସହରର ବିଭିନ୍ନ ସ୍ଥାନ ସମେତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଉଥିବା କହିଛନ୍ତି ଅନୁଷ୍ଠାନର ସଦସ୍ୟ ଲକ୍ଷ୍ମୀକାନ୍ତ ପଣ୍ଡା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details