ଓଡିଶା

odisha

ETV Bharat / city

କୋରୋନା ଭୟରେ ସିଲ ହେଲା ସପିଂ ମଲ୍ - କୋରୋନା ଭୟରେ ସପିଂ ମଲ୍ ସିଲ

କୋରୋନା ପାଇଁ କଟକଣା ଜାରି କରିବା ସତ୍ତ୍ବେ ଖୋଲାଥିଲା ଭୁବନେଶ୍ବରର ପଳାଶୁଣି ଛକରେ ଥିବା ଭିଶାଲ ମେଗା ମାର୍ଟ । ଯାହାର ଖବର ପାଇଁ କମିସନରେଟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ବନ୍ଦ କଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଭୟରେ ସପିଂ ମଲ୍  ସିଲ
କୋରୋନା ଭୟରେ ସପିଂ ମଲ୍ ସିଲ

By

Published : Mar 20, 2020, 9:23 PM IST

ଭୁବନେଶ୍ବର: ଏବେ ସାରା ବିଶ୍ବ କୋରୋନା ଭୟରେ ଆତଙ୍କିତ । ଦିନକୁ ଦିନ ଯେପରି ଭାବେ କୋରୋନା ବିସ୍ତାର କଲାଣି ତାହାକୁ ଲକ୍ଷରେ ରଖି ଭାରତ ସରକାର ଠାରୁ ରାଜ୍ୟସରକାର ସବୁ ଆଡେ କଟକଣା ଜାରି କଲେଣି । ରାଜଧାନୀର ପଳାଶୁଣି ଛକରେ ଥିବା ଭିଶାଲ ମେଗା ମାର୍ଟକୁ ବନ୍ଦ କଲା କମିସନରେଟ ପୋଲିସ ।

ସପିଂ ମଲରେ କେବଳ ଅତି ଜରୁରୀ ସାମଗ୍ରୀ ବା ରାସନ ସାମଗ୍ରୀ ବିକ୍ରି ପାଇଁ ମିଳିଥିଲା ଅନୁମତି । ହେଲେ କୋରୋନା କଟକଣା ସତ୍ତ୍ବେ ଖାତିର ନକରି ସପିଂ ମଲରେ ଆପାରେଲସରେ ଲାଗୁଥିଲା ଭିଡ। ଯାହାକୁ ଦୃଷ୍ଟିରେ ରଖି ପୋଲିସ ସୁଚନା ପାଇ ମଲକୁ ସିଜ କରିଛି କମିସନରେଟ ପୋଲିସ। ତେବ ଅନ୍ୟ ସପିଂ ମଲ ବା ମାର୍ଟକୁ ଏନେଇ କମିସନରେଟ ପୋଲିସ ପକ୍ଷରୁ କଡା ଚେତାବନି ଦିଆଯାଇଛି । ନିୟମ ଉଲଙ୍ଘନ କଲେ କମିସନରେଟ ପୋଲିସର ଓଡିଶା ଅର୍ବାନ ପୋଲିସ ଆକ୍ଟରେ ମଲକୁ ବନ୍ଦ କରିପାରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details