ଭୁବନେଶ୍ବର: ଆଖି ଆଗରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଜଣେ ବାପା ତାର ମୂଲ୍ୟବାନ ସମ୍ପତ୍ତି ହରାଇସାରିବା ପରେ ତାଙ୍କର ମହାନତା କାର୍ଯ୍ୟ ପାଇଁ ସମାଜରେ ପ୍ରରଣା ପାଲଟିଛନ୍ତି। ଦୁଇଟି ମୃତ ଝିଅଙ୍କ ଚକ୍ଷୁଦାନ କରି ମହାନତା ଦେଖାଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।
ଭୁବନେଶ୍ବର ଶାସ୍ତ୍ରୀ ନଗର ଅଞ୍ଚଳରେ ରୁହନ୍ତି ସୋମରେନ୍ଦ୍ର ସାହୁଙ୍କ ପରିବାର । ୩ ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ ସୁରୁଖୁରୁରେ ଚାଲୁଥିଲା ସଂସାର । ବାପା ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାନ୍ତି । ଯେଉଁ ରୋଜଗାରିଆ ଝିଅ ଦିନେ ବାପାଙ୍କୁ ଅଟୋ ଚଳାଇବାକୁ ମନା କରୁଥିଲା। ଆଜି ସେ ଚିରଦିନ ପାଇଁ ଶୋଇପଡ଼ିଲା । ବାପାଙ୍କ ଦୁଇଟି ଆଖିର ତାରା ଥିଲେ ବଡ଼ ଝିଅ ଶୁଭଲକ୍ଷ୍ମୀ ଓ ସାନ ଝିଅ ଭାଗ୍ୟଲକ୍ଷ୍ମୀ । ବଡ଼ ଝିଅ ଶୁଭଲକ୍ଷ୍ମୀ ସାହୁ ସିଏ (chartered accountant) କରୁଥିବା ବେଳେ ସାନ ଝିଅ ଭାଗ୍ୟଲକ୍ଷ୍ମୀ ସାହୁ ଯୁକ୍ତ ୩ ବିଜ୍ଞାନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଠ ପଢୁଥିଲେ । ବଡ ଝିଅ ଶୁଭଲକ୍ଷ୍ମୀଙ୍କୁ ମିଳିଥିଲା ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ ଦରମା । ଏଣିକି ଘରର ଆର୍ଥିକ ସ୍ଥିତି ସୁଧୁରିବା ନେଇ ସ୍ବପ୍ନ ଦେଖିଥିଲେ ଶୁଭଲକ୍ଷ୍ମୀ ।