ଓଡିଶା

odisha

ଓଡ଼ିଶାରେ ଦେଶର ପ୍ରଥମ ସିନଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ: ଧର୍ମେନ୍ଦ୍ର

ରାଜ୍ୟରେ ପ୍ରଥମ ସିନଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନଗ୍ୟାସ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

By

Published : Dec 5, 2019, 11:49 PM IST

Published : Dec 5, 2019, 11:49 PM IST

ସିନଗ୍ୟାସ ପ୍ଲାଣ୍ଟ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନଗ୍ୟାସ ତିଆରିର ଯୋଜନା ରହିଛି । ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଏବଂ ପେଟକୋକ୍ ଉଭୟକୁ ମିଶାଇ ସିନଗ୍ୟାସର ବହୁତ ବଡ ନେଟୱାର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି । ରାଜ୍ୟରେ ଏହାର ପ୍ରଥମ ପ୍ଲାଣ୍ଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ । ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନଗ୍ୟାସ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ଏଫଆଇସିସିଆଇ ପକ୍ଷରୁ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ଯୋଗଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି ।

ପ୍ରଧାନ କହିଛନ୍ତି ଯେ ଗ୍ୟାସ କ୍ଷେତ୍ରକୁ କିପରି ଆଗକୁ ବଢାଯିବ ତାହା ଏବେ ଚ୍ୟାଲେଞ୍ଜ ସଦୃଶ ହୋଇଛି । ୨୫-୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ୱେଷଣ ଗତିବିଧି ଉପରେ ପ୍ରାଥମିକତା ଦିଆଯାଉଥିଲା ମାତ୍ର ଏବେ ଗ୍ୟାସ ଉର୍ଜା ବାସ୍କେଟର ଏକ ମହତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ବସ୍ତୁ ହୋଇସାରିଛି । ଦେଶରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ ଏବଂ ଯୋଗାଣ ଉଭୟରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲଏନଜି ଗ୍ୟାସର ଉପଲବ୍ଧି ମଧ୍ୟ ବଢିବ ବୋଲି ସେ କହିଛନ୍ତି । ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି ।

ସେହିପରି ପ୍ରଧାନ କହିଛନ୍ତି ଯେ ଦେଶରେ ଗ୍ୟାସ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବିଗତ ୫ ବର୍ଷ ମଧ୍ୟରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭାରତରେ ସିଟି ଗ୍ୟାସ ବିତରଣ(ସିଜିଡି) ସଂପ୍ରସାରଣରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି । ଖୁବ ଶୀଘ୍ର ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକମାନେ ଗ୍ୟାସର ସୁବିଧା ପାଇପାରିବେ ବୋଲି ଧର୍ମେନ୍ଦ୍ର ଜୋରଦେଇ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details