ଓଡିଶା

odisha

By

Published : Mar 19, 2021, 3:47 PM IST

ETV Bharat / city

ଓଡ଼ିଶାରେ କୃଷକ ନେତା ରାକେଶ ଟିକାୟତ

ଓଡ଼ିଶା ପହଞ୍ଚିଛନ୍ତି ଜଣାଶୁଣା କୃଷକ ନେତା ରାକେଶ ଟିକାୟତ । ଆଜି (ଶୁକ୍ରବାର) ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ରାକେଶଙ୍କୁ ସ୍ୱାଗତ କରିଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଅଧିକ ପଢନ୍ତୁ...

ଓଡ଼ିଶାରେ କୃଷକ ନେତା ରାକେଶ ଟିକାୟତ
ଓଡ଼ିଶାରେ କୃଷକ ନେତା ରାକେଶ ଟିକାୟତ

ଭୁବନେଶ୍ବର:ଓଡ଼ିଶାରେ ଜଣାଶୁଣା କୃଷକ ନେତା ରାକେଶ ଟିକାୟତ । ଆଜି (ଶୁକ୍ରବାର) ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ରାକେଶଙ୍କୁ ସ୍ୱାଗତ କରିଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଯାଜପୁର ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା କୃଷକ ମହାପଞ୍ଚାୟତରେ ଯୋଗଦେବେ ରାକେଶ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରିନି । କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର କରିନାହାଁନ୍ତି । ତେଣୁ ସରକାରଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ କୃଷକ ମହାପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହାପଞ୍ଚାୟତରେ କୃଷକ ନେତା ରାକେଶଙ୍କ ସମେତ ଦେଶର ବହୁ ଚାଷୀ ନେତା ସାମିଲ ହୋଇଛନ୍ତି ।

ଓଡ଼ିଶାରେ କୃଷକ ନେତା ରାକେଶ ଟିକାୟତ

ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଆଜି ଓଡ଼ିଶାରେ ଚାଷୀଙ୍କ ମହାପଞ୍ଚାୟତ ଆୟୋଜନ ହୋଇଛି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଦିଲ୍ଲୀରୁ ଓଡ଼ିଶା ଭାୟା ବେଙ୍ଗାଲ ଦେଇ ଭୁବନେଶ୍ୱରରେ ପହଁଚିଛନ୍ତି ରାକେଶ । ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର ପରେ ଏବେ ଓଡ଼ିଶାରେ ପହଞ୍ଚିଛନ୍ତି ରାକେଶ । ଆଜି ଅପରାହ୍ନରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରିଛନ୍ତି ଟିକାୟତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details