ଭୁବନେଶ୍ବର: ଦିଲ୍ଲୀରେ କୃଷି ବିଲକୁ ବିରୋଧ କରି ସାରା ଦେଶର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହାକୁ ସମର୍ଥନ କରି ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ବାହାରିଛି । ଆଜି ସଂଗଠନ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ଧାରଣା ଦିଆଯାଇଛି ।
ଦିଲ୍ଲୀ ଚାଷୀ ଆନ୍ଦୋଳନ ସମର୍ଥନରେ ନବ ନିର୍ମାଣ କୃଷକ ସଂଗଠନ - ନବ ନିର୍ମାଣ କୃଷକ ସଂଗଠନ
ଦିଲ୍ଲୀରେ କୃଷି ବିଲକୁ ବିରୋଧ କରି ସାରା ଦେଶର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହାକୁ ସମର୍ଥନ କରି ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ବାହାରିଛି । ଅଧିକ ପଢନ୍ତୁ...
ଦିଲ୍ଲୀର ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲା ନବ ନିର୍ମାଣ କୃଷକ ସଂଗଠନ
ଦିଲ୍ଲୀର ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲା ନବ ନିର୍ମାଣ କୃଷକ ସଂଗଠନ
ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି କୃଷି ବିରୋଧୀ ନୀତିକୁ ପ୍ରଥମରୁ ବିରୋଧ କରାଯାଉଥିବା ସଂଗଠନର ରାଜ୍ୟ ସଂଯୋଜକ କହିଛନ୍ତି । ଏହାସହ ଦିଲ୍ଲୀରେ ଯେଭଳି ଭାବେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ତାହାକୁ ବିରୋଧ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଏହି ନାର୍ଯ୍ୟ ଦାବିକୁ ନମାନିଛନ୍ତି ତାହାର ବିରୋଧ କରାଯିବା ସହ ଏହି ଆନ୍ଦୋଳନକୁ ଆହୁରି ବିସ୍ତାର କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ