ଓଡିଶା

odisha

ETV Bharat / city

କୃଷି ବିଲ ପ୍ରତ୍ୟାହାର ଦାବି: ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ରାଜନୈତିକ ଦଳ

ସର୍ବଭାରତୀୟସ୍ତରରେ କୃଷି ବିଲକୁ ନେଇ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଶୁକ୍ରବାର ଏହି ବିଲ ବିରୋଧରେ ଚାଷୀ ଗର୍ଜନ କରିଛନ୍ତି । ଏହି ନୂତନ କୃଷି ଆଇନକୁ ନେଇ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବାମପନ୍ଥୀ ଦଳ ଓ ନବନିର୍ମାଣ କୃଷ ସଂଗଠନ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

କୃଷି ବିଲ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ବାମପନ୍ଥୀ, କଂଗ୍ରେସ ଦେଲା ବ୍ୟାପକ ଅନ୍ଦୋଳନର ଧମକ
କୃଷି ବିଲ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ବାମପନ୍ଥୀ, କଂଗ୍ରେସ ଦେଲା ବ୍ୟାପକ ଅନ୍ଦୋଳନର ଧମକ

By

Published : Sep 25, 2020, 6:14 PM IST

ଭୁବନେଶ୍ବର: ସାରା ଭାରତରେ କୃଷି ବିଲକୁ ନେଇ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଶୁକ୍ରବାର ଏହି ବିଲ ବରୋଧରେ ଚାଷୀ ଗର୍ଜନ କରିଛନ୍ତି । ନୂତନ ଭାବେ ପ୍ରଣୟନ କରାଯାଉଥିବା କୃଷି ବିଲକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ସହିତ ବାମପନ୍ଥୀ ଓ କଂଗ୍ରେସ ରାଜନୈତିକ ଦଳ ଗୁଡିକ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ବିକ୍ଷୋଭ କରିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ କୃଷି ବିଲ ବିରୋଧରେ ବରୋଧ ପ୍ରଦର୍ଶନ କରିଛନ୍ତି ବିଭିନ୍ନ କୃଷକ ସଂଗଠନ ସହିତ ବିଭିନ୍ନ ବାମପନ୍ଥୀ ରାଜୈତିକ ଦଳ ଓ କଂଗ୍ରେସ ଏହି ବିଲ ପ୍ରଣୟନ ନ କରିବା ପାଇଁ ଦାବି କରିଛନ୍ତି ।

କୃଷି ବିଲ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ବାମପନ୍ଥୀ, କଂଗ୍ରେସ ଦେଲା ବ୍ୟାପକ ଅନ୍ଦୋଳନର ଧମକ

ରାଜ୍ୟରେ ରାଜଧାନୀ ଭୁବନେଶ୍ବର ସହ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଓ ନବରଙ୍ଗପୁର, କେନ୍ଦ୍ରାପଡା କେନ୍ଦୁଝର ଠୁ ଯାଜପୁର ପର୍ଯ୍ୟନ୍ତ ସବୁଆଡେ ଚାଷୀ ମାନେ ବିଲୋକୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି କୃଷକ ମାରଣ ବିଲକୁ ଜୋରଦାର ବିରୋଧ କରିଛନ୍ତି । ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଭିନ୍ନ ବାମ ପନ୍ଥୀ ରାଜନୈତିକ ଦଳ ଓ ନବନିର୍ମାଣ କୃଷ ସଂଗଠନ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।

କୃଷି ବିଲ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ବାମପନ୍ଥୀ, କଂଗ୍ରେସ ଦେଲା ବ୍ୟାପକ ଅନ୍ଦୋଳନର ଧମକ

ରାଜ୍ୟ ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଠାରେ ମଧ୍ୟ ସଂଗଠନ ପକ୍ଷରୁ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ଏହି ବନ୍ଦ କୁ ବିଭିନ୍ନ ବାମ ସଂଗଠନ ମାନେ ସମର୍ଥନ କରିବା ସହ ରାଲି ଓ ଧାରଣା ପ୍ରଦର୍ଶନ କରିଛନ୍ତି। ଏହା ସହ ଏହି ବିଲ କିପରି କୃଷକ ମାନଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରିବା ସହ କର୍ପୋରେଟ ମାନଙ୍କ ଦ୍ବାରା କବଳିତ ହେବ ବୋଲି କହିଛନ୍ତି। ତେଣୁ ଏହାକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବା ସହ କୃଷି ଓ କୃଷକ ମାନଙ୍କୁ ସମ୍ମାନର ସହ ବଞ୍ଚିବା ଓ ତାଙ୍କ ଅଧିକାର ହାସଲ ପାଇଁ ଧ୍ୟାନ ଦେବାକୁ ଦାବି କରିଛନ୍ତି । ସେହିପରି କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା କୃଷି ବିଲକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଙ୍ଗଠନ ଖୋର୍ଦ୍ଧା ଶାଖା । ସଂଗଠନର କହିବା କଥା କେନ୍ଦ୍ର ସରକାର ଆଣିଥିବା କୃଷି ବିଲ ସଂପୂର୍ଣ୍ଣ କୃଷକ ବିରୋଧୀ । ଏହି ବିଲରେ ଚାଷୀ କମ ଲାଭବାନ ହେବ ଏବଂ ବ୍ୟବସାୟୀ ମାନେ ବେଶି ଲାଭବାନ ହେବେ । ତେଣୁ ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି ।

କୃଷି ବିଲ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ବାମପନ୍ଥୀ, କଂଗ୍ରେସ ଦେଲା ବ୍ୟାପକ ଅନ୍ଦୋଳନର ଧମକ

ଢେଙ୍କାନାଳ ଜିଲ୍ଲାରେ କୃଷି ବିଲକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । ଢେଙ୍କାନାଳ ସିମିନଇ ଛକରେ ଏନ ଏଚ-୫୫ ଅବରୋଧ କରିଥିଲେ ଚାଷୀ । କୃଷି ବିଲକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡ଼ାକରାରେ ସାମିଲ ହୋଇଛି ନବ ନିର୍ମାଣ କୃଷକ ସଙ୍ଗଠନ ।

କେନ୍ଦ୍ରାପଡାରେ କୃଷି ବିଲକୁ ବିରୋଧ କରି 'ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି' କେନ୍ଦ୍ରାପଡ଼ା ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ନିକଟରେ ସଂସଦର ଉଭୟ ଗୃହରେ ପାସ୍ ହୋଇଥିବା କୃଷି ବିଲ୍ ଦେଶର କୋଟି କୋଟି କୃଷକଙ୍କ ହିତ କରିବା ପରିବର୍ତ୍ତେ କ୍ଷତି କରିବ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି l ବିଲ ପାସ୍ ହେବା ପୂର୍ବରୁ କେନ୍ଦ୍ର ସରକାର କୌଣସି କୃଷକ ସଂଗଠନ ସହିତ ଆଲୋଚନା କରିନାହାଁନ୍ତି l ତେଣୁ ଏହା ଉପରେ ପୁନର୍ବାର ବିଚାର ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଷ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମୁକ୍ତାର୍ ଖାଁ ଙ୍କ ନେତୃତ୍ଵରେ ଶତାଧିକ କର୍ମୀ ପ୍ରତିବାଦ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ। କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ସାରା ଦେଶରେ ବିରୋଧ କରୁ ଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଏହି ବିଲ୍ କୁ ବିରୋଧ କରି ରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କୃଷି ବିଲ୍ ପାରିତ ହେବା ଦୁଆରା କୃଷକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ କୃଷକ ମାନେ ଦଲାଲ ମାନଙ୍କ ଦୁଆରା ଶୋଷଣ ର ଶିକାର ହେବେ ସେମାନଙ୍କ କଷ୍ଟ ଉପାର୍ଜିତ ଜିନିଷ ର ସଠିକ୍ ମୂଲ୍ୟ ପାଇ ପାରିବେ ନାହିଁ। ଶୋଷଣର ଶିକାର ହେବା ସହିତ ସେମାନଙ୍କ ବିକାଶ ହୋଇ ପାରିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିତ ହେଇଥିବା କୃଷି ବିଲ କାର୍ଯ୍ୟକାରି ହେଲେ ଦେଶରେ ଥିବା ମଧ୍ୟମ ଏବଂ କ୍ଷୁଦ୍ର ଚାଷୀମାନେ ବେଶ ପ୍ରଭାବିତ ହେବେ । ସରକାରଙ୍କ ଦ୍ଵାରା ମଣ୍ଡି ବ୍ୟବସ୍ତା କରି ଚାଷୀମାନଙ୍କ ଠାରୁ ସରକାର ଧାନ କିଣୁଥିଲେ ମଧ୍ୟ ଚାଷୀମନେ ଠିକ ଦର ପାଇପାରୁନାହାନ୍ତି ଏବଂ ମଣ୍ଡିରେ କମ ଦରରେ ଦଲାଲ ମାନଙ୍କ ହାବୁଡରେ ପଡ଼ୁଛନ୍ତି ଏବଂ ଶୋଷଣର ଶିକାର ହେଉଛନ୍ତି । ସରକାର ଯଦି ଏହି ବିଲ କୁ କାର୍ଯ୍ୟକାରି କରିବେ ତାହାହେଲେ କଂଗ୍ରେସ ଦେଶବ୍ୟାପି ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

ଭଦ୍ରକରେ ମଧ୍ୟ କେନ୍ଦ୍ର ସରକାର କୃଷି ମାରଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଚାଷୀମାନେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । କୃଷକ ସଂଘର୍ଷ ସମିତି ଡାକରାରେ ବିଭିନ୍ନ ଛାମୁଆ କୃଷକ ସଂଗଠନ ପକ୍ଷରୁ ଆଜି କେନ୍ଦ୍ର ସରକାର ଙ୍କ ନୀତି ବିରୋଧରେ ନାରାବାଜି କରାଯିବା ସହ, ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଦାବି କରାଯାଇଛି।

ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ଚାଷୀ ବିଲକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୋରୋଦାର ବିକ୍ଷୋଭ କରାଯାଇଛି । ଚଣ୍ଡିଖୋଲ ପରେ ବାରବାଟୀରେ ଚାଷୀ ଆନ୍ଦୋଳନ, ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧର୍ମଶାଳାର ବାରବାଟୀ ଠାରେ 16ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏହା ସହ ବନ୍ୟା ବିପନ୍ନଙ୍କୁ ସହାୟତା,ଅଣଜଳସେଚିତ ଚାଷଜମିକୁ ଜଳସେଚନ,ରିଲିଫ କୋର୍ଡ ସଂଶୋଧନ ଓ କେନ୍ଦ୍ର କୃଷି ବିଲ୍ ସଂଶୋଧନ ଦାବୀରେ ଜାରୀ ରହିଛି ଆନ୍ଦୋଳନ ।

ସେହିପରି କେନ୍ଦୁଝରରେ କୃଷି ବିଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲେଇଲା କୃଷକ ସଂଗଠନ । କେନ୍ଦ୍ର ସରକାର ନୂତନ କୃଷିନୀତି ଲାଗୁ କରିବା ପାଇଁ ଚଳିତ ସଂସଦ ଅଧିବେଶନରେ ରେ କୃଷି ବିଲ ପାରିତ କରିଛନ୍ତି । ଏହି ବିଲ ପାରିତ ହେବା ପରେ ଏହାକୁ ବହୁ ରାଜନୈତିକ ଦଳ ବିରୋଧ କରିଛନ୍ତି । ଏହା ସହ ବହୁ ଚାଷୀ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଉଛି । ଏହି ବିଲକୁ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ବିରୋଧ କରୁଛି । ଏହି ବିଲ ପ୍ରତ୍ୟାହାର ଦାବିରେ ସଂଗଠନ ପକ୍ଷରୁ ତୁରୁମୁଙ୍ଗା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଡକାଯାଇଥିବା ବନ୍ଦ ଯୋଗୁଁ କିଛି ସମୟ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚିବା ପରେ ପ୍ରତିବାଦ ବନ୍ଦ ହୋଇଥିବା ବେଳେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

ବିଭିନ୍ନ ରାଜନୈତିକ ଦଳ ସହିତ କୃଷକ ସଂଗଠନ ଗୁଡିକ କେନ୍ଦ୍ରସରକାରଙ୍କ ଚାଷୀ ମାରଣ ନୀତି ତଥା ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି । ଏହା ସହ ମଣ୍ଡିକୁ ଘରୋଇକରଣ କରି କେନ୍ଦ୍ର ସରକାର ଦଲାଲ ହାତରେ ଚାଷୀଙ୍କୁ ଟେକି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ବାର ଚାଷୀଙ୍କ ଉପରେ କେନ୍ଦ୍ର ସରକାର ଏକଛତ୍ରବାଦ ଚଳାଇଛନ୍ତି । ଏହି ଆଇନ ପ୍ରଣୟନ କଲେ ଚାଷୀ ହିଁ ଋଗୁଣ ଅବସ୍ଥାରେ ଚାଲିଯିବ ଏବଂ ଏହା ଦ୍ବାରା ଚାଷୀଙ୍କ ଉତ୍କଟ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details