ଭୁବନେଶ୍ବର: ଦେଶବ୍ଯାପୀ କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟାକୁ ତୀବ୍ର ପ୍ରତିବାଦ କରିଛନ୍ତି କୃଷକ ସଂଗଠନ । ଚକ୍ରାନ୍ତ କରି କୃଷି ଆନ୍ଦୋଳନକୁ ବନ୍ଦ କରିବା ଅଭିଯୋଗ ସହ ତୁରନ୍ତ କୃଷି ଆଇନ ପ୍ରତ୍ଯାହାର ଦାବିରେ ରାଜ୍ଯର ବିଭିନ୍ନ କୃଷକ ସଂଗଠନ ଗଣ ସତ୍ଯାଗ୍ରହ କରିଛନ୍ତି ।
ସହୀଦ ଦିବସରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି କୃଷକ ସଂଗଠନର ନେତା ଏବଂ କୃଷକମାନେ ସତ୍ଯାଗ୍ରହ କରିଛନ୍ତି । କୌଣସି ସ୍ଥିତିରେ ବି ସରକାର କୃଷକ ଆନ୍ଦୋଳନକୁ ବନ୍ଦ କରିପାରିବେ ନାହିଁ । ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି । ଏପରିକି ଫେବୃଆରୀ 15 ତାରିଖରେ ରାଜ୍ଯରେ ଏକ ବିଶାଳ କୃଷକ ସମାବେଶ କରିବାକୁ ଯୋଜନା ହୋଇଛି ।
ଗଣ ସତ୍ଯାଗ୍ରହରେ କଂଗ୍ରେସ ସମେତ ବାମପନ୍ଥୀ ଏବଂ ଅନ୍ଯ ବିରୋଧୀ ଦଳର ନେତାମାନେ ଏକାଠି ହେବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେପଟେ ବିଜେଡି ମଧ୍ଯ କେନ୍ଦ୍ରର ଆଭିମୁଖ୍ଯକୁ ସମାଲୋଚନା କରିଛି । କେନ୍ଦ୍ରର କୃଷି ଆଇନକୁ ତୁରନ୍ତ ପ୍ରତ୍ଯାହାର କରିବା ସହ କୃଷକ ଆନ୍ଦୋଳନକୁ ଚକ୍ରାନ୍ତ କରି ବଦନାମ କରିବା ପ୍ରତିବାଦରେ ଓଡିଶାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରିଛି ।