ଓଡିଶା

odisha

ETV Bharat / city

କୃଷି ଓ କୃଷକ ସମସ୍ୟାକୁ ନେଇ ଗୃହରେ ହୋହାଲ୍ଲା

ବିଧାନସଭାର ମୌସୁମୀ ଅଧିବେଶନରେ କୃଷି ଓ କୃଷକ ସମସ୍ୟାକୁ ନେଇ ହୋହାଲ୍ଲା ହୋଇଛି । ଅଧିକ ପଢନ୍ତୁ...

କୃଷି ଓ କୃଷକ ସମସ୍ୟାକୁ ନେଇ ଗୃହରେ ହୋହାଲ୍ଲା
କୃଷି ଓ କୃଷକ ସମସ୍ୟାକୁ ନେଇ ଗୃହରେ ହୋହାଲ୍ଲା

By

Published : Oct 5, 2020, 1:10 PM IST

ଭୁବନେଶ୍ବର: ମୁଲତବୀ ପ୍ରସ୍ତାବ ଆଲୋଚନା ଭାଗକୁ ନେଇ ବିଧାନସଭାରେ ଅଚଳାବସ୍ଥା। ଗୃହରେ ହଟ୍ଟଗୋଳ। ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କଲେ କଂଗ୍ରେସ ଓ ବିଜେପି।

କଂଗ୍ରେସର ଚାଷୀ ସମ୍ବନ୍ଧୀୟ ମୁଲତବୀ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ବିଜେପିର ପ୍ରସ୍ତାବ କାହିଁକି ଗ୍ରହଣ ହେଲା ନାହିଁ ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କଂଗ୍ରେସର ଯଦି ମୁଲତବୀ ପ୍ରସ୍ତାବ ଦିଆଗଲା କାହିଁକି ଆମ ସହ ଆଲୋଚନା କରାଗଲା ନାହିଁ ବୋଲି କହିଲେ ବିରୋଧୀ ଦଳ ନେତା ।

ସେହିପରି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ନେଇ କାହିଁକି ଆଲୋଚନା ହେଲାନି ବୋଲି ସେ ଆପତ୍ତି ଉଠାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପିଏମ କିଶାନ ଯୋଜନାରେ 37 ଲକ୍ଷ ଚାଷୀ ଉପକୃତ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ 20 ଲକ୍ଷ ଲୋକ ପାଇଛନ୍ତି । ତେବେ 17 ଲକ୍ଷ ଲୋକ କୁଆଡେ ଗଲେ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି । ଏହାସହ ଆମେ ଏହି ପ୍ରସଙ୍ଗ ଦେଇଥିଲୁ ବୋଲି କହିଛନ୍ତି ।

ସେପଟେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ବିଜେପି 4 ଟି ଓ କଂଗ୍ରେସ 2 ଟି ମୁଲତବୀ ପ୍ରସ୍ତାବ ଦେବ। ବିଜେପିକୁ 2 ଟା ଦିଆଯିବା ପରେ କଂଗ୍ରେସକୁ ଗୋଟିଏ ଦିଆଯାଇଥିଲା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details