ଭୁବନେଶ୍ବର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ପ୍ରମୁଖ ମହିଳା ଚେହେରା ଦିବଗଂତ ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଆଜି (ଶନିବାର) ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଦଳର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ଥିଲେ ।
ଏହି ସଭାରେ ସ୍ବର୍ଗତା ସ୍ବରାଜଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ରାଜ୍ୟ ପ୍ରତି ଅବଦାନ ଓ ସଂର୍ପକ ଉପରେ ନେତା ମାନେ ସ୍ମୃତିଚାରଣ କରିଥିଲେ ।
ଏହାସହ ଏକ ହଜାରରୁ ଉର୍ଦ୍ଧ୍ବ ଓଡିଆ ଦେଶ ବାହାରେ ବିପଦରେ ଥିବା ବେଳେ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ତାଙ୍କ ଉଦ୍ୟମ ଥିଲା ବେଶ୍ ପ୍ରଂଶସନୀୟ । ସେ ଖାଲି ମନ୍ତ୍ରୀ ନଥିଲେ, ଥିଲେ ଲୋକଙ୍କର ଦରଦି ବନ୍ଧୁ । ତାଙ୍କର ଅବଦାନ ଉଦ୍ୟମରୁ ଆଜି ଭୁବନେଶ୍ବରରେ ଅଖିଲ ଭାରତୀୟ ଆର୍ୟୁ ବିଜ୍ଞାନ (ଏମ୍ସ) ପ୍ରତିଷ୍ଠା ହୋଇପାରିଛି ବୋଲି ସଭାରେ ଆଲୋଚନା କରାଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ