ଓଡିଶା

odisha

ETV Bharat / city

ଫନି କ୍ଷତିଗ୍ରସ୍ତଙ୍କ ସହ ପାତରଅନ୍ତର, ଲୋକାୟୁକ୍ତଙ୍କୁ ନିକଟରେ ଅଭିଯୋଗ ଦାଖଲ - ଫନି ନ୍ୟୁଜ

ଫନି ବାତ୍ୟା ଯିବାର ୬ ମାସ ପରେ ବି ଅନେକ ପୁରୀ ଜିଲ୍ଲାର ଅନେକ ପରିବାର ଏବେବି ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ଅଛନ୍ତି। ସରକାରୀ ତଦନ୍ତରେ ପାତରଅନ୍ତର ହେଉଥିବାରୁ ଆଜି ବାତ୍ୟାରେ ପୀଡିତ ପରିବାର ଲୋକାୟୁକ୍ତଙ୍କ ନିକଟରେ ଦ୍ବାରସ୍ଥ ହୋଇ ଅଭିଯୋଗ ଶୁଣାଇଛନ୍ତି।

ଫନି

By

Published : Nov 4, 2019, 4:05 PM IST

ଭୁବନେଶ୍ବର: ଫନିକୁ ବିତିଗଲାଣି 6 ମାସ। ତେବେ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ଅନେକ ଜନସାଧରଙ୍କୁ ମିଳିନାହିଁ ସରକାରୀ ସହାୟତା। ଆଜି ମଧ୍ୟ ବାସହରା ହୋଇ ରହିଛନ୍ତି ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବ୍ଲକର ବାସିନ୍ଦା। ସରକାରୀ ତଦନ୍ତରେ ପାତର ଅନ୍ତର ନେଇ ଆଜି ପୁରୀ ଜିଲ୍ଲାର୧୦୦ ରୁ ଅଧିକ ବାତ୍ୟାରେ ପୀଡିତ ପରିବାର ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଗ୍ରାମପଞ୍ଚାୟତ ମାଧ୍ୟମରେ ଅନେକ କ୍ଷୟକ୍ଷତି ଘରର ତାଲିକା ପ୍ରକାଶ ପାଇଥିଲା ଯାହା ସେଥିରେ ଅନେକଙ୍କ ନାଁ ନଥିଲା। ବସ୍ତିରେ ସମସ୍ତ ଘର ଭାଙ୍ଗିଛି ହେଲେ ଆଂଶିକ ଭାଙ୍ଗିଛି ବୋଲି ଦର୍ଶାଇ ଦିଆଯାଇଛି। ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୁରୀ ବାସିନ୍ଦା।

ଫନି କ୍ଷତିଗ୍ରସ୍ତଙ୍କ ସହ ପାତରଅନ୍ତର ଅଭିଯୋଗ


ଏନେଇ ଅନେକ ପରିବାର ପୁନର୍ବାର ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଛି ବୋଲି ଆବେଦନ କରାଯାଇଥିଲା । ଆବେଦାନ ପରେ ତହସିଲ ତରଫରୁ ପୁଣି ସର୍ଭେ କରାଯାଇଥିଲା। ଯାହା ପାତର ଅନ୍ତର କରାଯାଇଛି ବୋଲି ଅଭିଯୋଗ ନେଇ ଲୋକାୟୁକ୍ତଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।

ବର୍ତ୍ତମାନ ସମୟରେ ଫନିର ଅନେକ ପରିବାର ଏବେ ବି ଅସ୍ଥାୟୀ ଚାଳଘର କୁଡିଆ, ଜରିପାଲ ଏବଂ ଭଙ୍ଗା ଆଜବେଷ୍ଟକୁ ସଜାଡି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଦିନ କାଟୁଥିବା ନେଇ କହିଛନ୍ତି। ଆଉ କହିଛନ୍ତି ଯେ, ଫନି ଯିବାର 6 ମାସ ବିତିଯାଇଥିଲେ ବି ଲୋକଙ୍କ ପାଖରେ ପ୍ରଶାସନ ସର୍ଭେ କରିବା ପାଇଁ ପହଞ୍ଚିନାହିଁ। ଏନେଇ ସଠିକ ତଦନ୍ତ କରାଯିବା ସହ ବାତ୍ୟାରେ ପୀଡିତଙ୍କୁ ସଠିକ ଭାବରେ ଟଙ୍କା ଦିଆଯାଉ ବୋଲି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି 100ରୁ ଉର୍ଦ୍ଧ୍ବ ପୁରୀ ବାସୀ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details