ଓଡିଶା

odisha

ETV Bharat / city

‘ଫନି ଯୋଗୁଁ ହସ୍ତଶିଳ୍ପ ବ୍ୟାପକ କ୍ଷତି ହୋଇଛି’ - handcrafts

ଫନି ଯୋଗୁଁ ହସ୍ତଶଳ୍ପ ବ୍ୟାପକ କ୍ଷତକ୍ଷତି ହୋଇଛି । ହସ୍ତତନ୍ତ ଓ ହସ୍ତଶିଳ୍ପରେ ମୋଟ 65 .24କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଲୋକ ସମ୍ପର୍କ ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 12, 2019, 4:22 PM IST

ଭୁବନେଶ୍ବର: ଫନି ଯୋଗୁଁ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପରେ ବ୍ୟାପକ କ୍ଷତି ହୋଇଛି । ରଘୁରାଜପୁର ଭିଲେଜ, କଳାଭୂମି, କ୍ରାଫ୍ଟ ମ୍ୟୁଜିୟମରେ ଅନେକ କ୍ଷତି ହୋଇଥିବା ବେଳେ 71 ହଜାର ଶିଳ୍ପୀ, 3400 ସୋସାଇଟି ନଷ୍ଟ ହୋଇଛି। ମୋଟ 65 .24କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଲୋକ ସମ୍ପର୍କ ସଚିବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୋଟ 99 ଟେଲିକମ ଏକ୍ସଚେଞ୍ଜ ମଧ୍ୟରୁ 83ଟି କାମ କରୁଥିବା ବେଳେ ପୁରୀରେ 41ରୁ 24, କଟକରେ ସମସ୍ତ ଟେଲିକମ ଏକ୍ସଚେଞ୍ଜ କାର୍ଯ୍ୟ କରୁଛି । ଏଥିସହ ସୋମବାର ସୁଦ୍ଧା ସମସ୍ତ ବ୍ୟାଙ୍କ ଓ ଏଟିଏମ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଲୋକ ସମ୍ପର୍କ ସଚିବ । ସେହିପରି ମୋବାଇଲ ଏଟିଏମ ଓ ପିଓଏସ ମେସିନ ପୁରୀକୁ ପଠାଯାଉଛି।

ବିଜୁଳି- CDD1- 51 ଫିଡର କାର୍ଯ୍ୟ କରୁଛି। 72 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 70 ଗ୍ରାହକ ମିଳିଛି ସଂଯୋଗ। CDD2- ମୋଟ 44 ଅର୍ବନ ଫିଡର 23 କାମ କରୁଛି। Bcdd1- 58 ହଜାରରୁ 51 ହଜାର ବିଜୁଳି ସଂଯୋଗ ଦିଆଯାଇଛି। ସବୁ ଫିଡର କାମ କରୁଛି। Bcdd2- 66 ଫିଡର ମଧ୍ୟରୁ 56 କାମ କରୁଛି। 97000 ଉପଭୋକ୍ତାଙ୍କ ମଧ୍ୟରୁ 90 ହଜାର ସଂଯୋଗ ଦିଆଯାଇଛି।

ଆସନ୍ତା 15 ତାରିଖ ସୁଦ୍ଧା ପୁରୀ-କୋଣାର୍କରେ ବିଜୁଳି ସଂଯୋଗ ଦିଆଯିବ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ ଚାଲିଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details