ଓଡିଶା

odisha

ETV Bharat / city

ରାଜ୍ୟରେ 41 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇ ନାହାନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ - ରାଜ୍ୟରେ ଟୀକାକାରଣ ହାର

ରାଜ୍ୟର 87 ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । 13 ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି । ସମସ୍ତଙ୍କୁ ନିବେଦନ ସମସ୍ତେ ସ୍ଵତଃ ପ୍ରବୃତ୍ତି ଭାବରେ ଟିକା ନିଅନ୍ତୁ । ଅଧିକ ପଢନ୍ତୁ

ରାଜ୍ୟରେ 41 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇ ନାହାନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ
ରାଜ୍ୟରେ 41 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇ ନାହାନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

By

Published : Dec 13, 2021, 7:19 PM IST

ଭୁବନେଶ୍ବର :ରାଜ୍ୟର 87 ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । 13 ପ୍ରତିଶତ ଲୋକ ଟିକା ନେଇ ନଥିବାବେଳେ 41 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇ ନାହାନ୍ତି ସମସ୍ତଙ୍କୁ ନିବେଦନ ସମସ୍ତେ ସ୍ଵତଃ ପ୍ରବୃତ୍ତି ଭାବରେ ଟିକା ନିଅନ୍ତୁ । ଯାହା ଦ୍ୱାରା ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟୀକାକାରଣ ଶେଷ ହେବ । ଏହା ସ୍ୱାସ୍ଥ୍ୟ ବିଭାଗର ଲକ୍ଷ ଅଟେ । ରାଜ୍ୟର 54 ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଓମିକ୍ରନ ଭୂତାଣୁର ଭୟାବହତା ବଢ଼ୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ।

ରାଜ୍ୟରେ 41 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇ ନାହାନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ ମୟୂରଭଞ୍ଜ, କନ୍ଧମାଳ, ଓ କଟକ ଭଳି ଜିଲ୍ଲା ପ୍ରଥମ ଡୋଜ ଟୀକାକରଣ ହାର ବହୁତ କମ ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଅପରାହ୍ନ 4ଟା ସୁଦ୍ଧା ଏ ପର୍ଯ୍ୟନ୍ତ 4 କୋଟି 61 ଲକ୍ଷ 94 ହଜାର 752 ଟୀକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଛନ୍ତି 2 କୋଟି 84 ଲକ୍ଷ 26 ହଜାର 93 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 1 କୋଟି 77 ଲକ୍ଷ 68 ହଜାର 659 ଲୋକେ ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details