ଓଡିଶା

odisha

ETV Bharat / city

ଥାନା ସାମ୍ନାରେ ଯୁବକକୁ ହତ୍ୟା, ଗ୍ୟାଙ୍ଗରୁ ଅଲଗା ହେବାରୁ ଜୀବନ ନେଲେ ! - ରାଜଧାନୀରେ ଯୁବକଙ୍କୁ ହତ୍ୟା

ରାଜଧାନୀ ଥାନା ସମ୍ମୁଖରେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ । ଅପରାଧୀ ଗ୍ୟାଙ୍ଗରୁ ଅଲଗା ହୋଇଯିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ପୂର୍ବରୁ ଅନେକ ଥର ଆକ୍ରମଣ ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିଥିବା ଥାନାରେ ହୋଇଥିଲା ଅଭିଯୋଗ । ଅଧିକ ପଢ଼ନ୍ତୁ

ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର

By

Published : Aug 6, 2022, 9:23 AM IST

Updated : Aug 6, 2022, 12:29 PM IST

ଭୁବନେଶ୍ବର: ଥାନା ସାମ୍ନାରେ ଯୁବକକୁ ହତ୍ୟା ! ଗ୍ୟାଙ୍ଗରୁ ଅଲଗା ହୋଇ ଅପରାଧ ଛାଡିଦେବାରୁ ଥାନା ସାମ୍ନାରେ ଗାଡି ଧକ୍କା କରି ଜୀବନ ନେଇଥିବା ଅଭିଯୋଗ କଲେ ମୃତକ ପି ରାମା ରାଓଙ୍କ ପରିବାର । ଅପରାଧୀଙ୍କ ଠାରୁ ଅଲଗା ହେବା ପରେ ନିଶା ବେପାରଠୁ ଆରମ୍ଭ କରି ଦେହବ୍ୟବସାୟର ସମସ୍ତ ତଥ୍ୟ ପଦାକୁ ଆସିଯିବା ଭୟରେ ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା ହୋଇଛି ଅଭିଯୋଗ ।

ଏହା ବି ପଢ଼ନ୍ତୁ:ରାଜଧାନୀରେ ଅପରାଧୀଙ୍କ ଜୁଲୁମ, ଅପରାଧ ଛାଡିଦେବାରୁ ରାସ୍ତାରେ ହାଣିଲେ ଦୁର୍ବୁତ୍ତ !

ଥାନା ସାମ୍ନାରେ ଯୁବକକୁ ହତ୍ୟା

ତେବେ ଗତ ଜୁନ ୪ରେ ଗୌତମ ନଗର ବସ୍ତିରେ ରାମା ରାଓକୁ କିଛି ଦୁର୍ବୃତ୍ତ ହାଣି ଦେଇଥିଲେ । ସେତେବେଳେ ସେ ନିଜେ ଇଟିଭିକୁ ପ୍ରତିକ୍ରିୟା ଦେଇ ଅପରାଧ ଛାଡିଦେବାରୁ ତାଙ୍କୁ କ୍ରିମିନାଲ ହଇରାଣ କରୁଥିବା କହିଥିଲେ । ଏପରିକି ସେହି ସମୟରେ ପୋଲିସ ତାଙ୍କୁ ସୁରକ୍ଷା ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାପରେ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ବଡଗଡ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଗତକାଲି (ଗୁରୁବାର) ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ସେଠାରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ କହିଛି । ଏଇ ଘଟଣା ସାମ୍ନାକୁ ଆସିବା ପରେ ଏହା ପ୍ରକୃତରେ ହତ୍ୟା ନା ଦୁର୍ଘଟଣା ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ମୃତକର ପୂର୍ବ ବୟାନ ଓ ପରିବାର‌ ଲୋକଙ୍କ ଅଭିଯୋଗ ସତ୍ତ୍ବେ ପୋଲିସ କାହିଁକି ହତ୍ୟା ଅଭିଯୋଗ ଗ୍ରହଣ କରୁନି ତାହା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ପୋଲିସ ଅପରାଧରେ ରୋକ ଲଗାଇବା ପରିବର୍ତ୍ତେ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଥିବା ପରିବାର ଲୋକେ ଅଭିଯୋଗ ବାଢିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2022, 12:29 PM IST

ABOUT THE AUTHOR

...view details