ଓଡିଶା

odisha

ETV Bharat / city

ନାଟ୍ୟଧାରା ଦ୍ବିତୀୟ ସନ୍ଧ୍ୟା: ଦର୍ଶକଙ୍କ ମନ ଛୁଇଁଲା ଗୋଟିଏ କାହାଣୀ - ଦର୍ଶକଙ୍କ ମନ ଛୁଇଁଲା ଗୋଟିଏ କାହାଣୀ

ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ "ଗୋଟିଏ କାହାଣୀ" । ଦୀର୍ଘ ୨ ବର୍ଷ ପରେ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ‘ନାଟ୍ୟଧାରା’ । ଅଧିକ ପଢ଼ନ୍ତୁ

ନାଟ୍ୟଧାରା ଦ୍ବିତୀୟ ସନ୍ଧ୍ୟା: ଦର୍ଶକଙ୍କ ମନ ଛୁଇଁଲା ଗୋଟିଏ କାହାଣୀ
ନାଟ୍ୟଧାରା ଦ୍ବିତୀୟ ସନ୍ଧ୍ୟା: ଦର୍ଶକଙ୍କ ମନ ଛୁଇଁଲା ଗୋଟିଏ କାହାଣୀ

By

Published : May 4, 2022, 7:41 AM IST

ଭୁବନେଶ୍ବର:ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ "ଗୋଟିଏ କାହାଣୀ" । ଦୀର୍ଘ ୨ ବର୍ଷ ପରେ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ‘ନାଟ୍ୟଧାରା’ । ଏହାର ଦ୍ବିତୀୟ ସନ୍ଧ୍ୟାରେ ଏକ ନିଚ୍ଛକ ପ୍ରେମ କାହାଣୀକୁ ନେଇ ପରିବେଷଣ ହୋଇଛି ନାଟକ ‘ଗୋଟିଏ କାହାଣୀ’ ।

ନାଟ୍ୟଧାରା ଦ୍ବିତୀୟ ସନ୍ଧ୍ୟା: ଦର୍ଶକଙ୍କ ମନ ଛୁଇଁଲା ଗୋଟିଏ କାହାଣୀ

ପତିପତ୍ନୀଙ୍କ ସୁଖୀ ସଂସାର ଉପରେ ଦିନେ କଳାବାଦଲ ଢାଙ୍କି ହୋଇଯାଏ । ଏକ ଦୁର୍ଘଟଣାରେ ସ୍ବାମୀଙ୍କ ଗୋଟିଏ ଗୋଡ଼ ଭାଙ୍ଗିଗଲା । ଏଥିଯୋଗୁଁ ତାଙ୍କ ଚାକିରି ଚାଲିଗଲା, ଘର ଚଳାଇବା ପାଇଁ ସ୍ତ୍ରୀ ପଦାକୁ ଗୋଡ଼ କାଢ଼ିଲେ । ଦୁର୍ଘଟଣା ପରେ ବାପା ହେବା କ୍ଷମତା ହରାଇ ବସିଲେ ସ୍ୱାମୀ । ଶେଷରେ ଦ୍ଵିତୀୟ ବିବାହ କରିବାକୁ ସ୍ବାମୀ, ସ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତି । ନାଟକର ଏଭଳି କିଛି ସଂଳାପର ଦର୍ଶକଙ୍କୁ ଗୋଟିଏ କାହାଣୀ ବାନ୍ଧି ରଖିଥିଲା ।

ପତି ଓ ପତ୍ନୀଙ୍କ ଏଭଳି ପ୍ରେମ ଦୁଃଖ ଭରା କାହାଣୀ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ପକ୍ଷରୁ ପରିବେଷିତ ହୋଇଥିଲା । ‘ନାଟ୍ୟଧାରା’ ଦ୍ବିତୀୟ ସନ୍ଧ୍ୟା ଅବସରରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଗୁରୁ ନବୀନ ପରିଡା, ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ଚିତ୍ତରଞ୍ଜନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । କାହାଣୀର ମୂଳ ଗଳ୍ପ ରଚନା ବିମଳ କୁମାର ମିଶ୍ର କରିଥିବା ବେଳେ ସଙ୍ଗୀତ ଶକ୍ତି ପ୍ରସାଦ ମିଶ୍ର ଦେଇଛନ୍ତି । ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାସ ଏବଂ ସୁନୀଲ, ପ୍ରସାଦ ଓ ଖୁସି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details