ଭୁବନେଶ୍ବର: ଘଣ୍ଟା ଘଣ୍ଟା ଧରି ପଡିରହିଲା ଅସହାୟ ବୃଦ୍ଧାଙ୍କ ମର ଶରୀର । ଶବ ସତ୍କାର କରିବା ପାଇଁ ଆସିଲେନି ବୃଦ୍ଧାଙ୍କ ପରିବାର । ସହାୟତା ଲାଗି ଆଗକୁ ଆସିଲା ଓଡିଶା-ମୋ ପରିବାର ।
ଓଡିଶା-ମୋ ପରିବାର ଦ୍ବାରା ଏକ ଅସହାୟ ବୃଦ୍ଧାଙ୍କ ଶବ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି । ପାର୍ବତୀ ଟୁଡ଼ୁ ନାମକ 52 ବର୍ଷୀୟା ବୃଦ୍ଧା ଭୁବନେଶ୍ବର ସାଲିଆସାହି ବସ୍ତିରେ ଏକାକି ବସବାସ କରୁଥିଲେ । କୌଣସି କାରଣରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶବ ଘଣ୍ଟା ଘଣ୍ଟା ଧରି ପଡି ରହିଥିଲା । କିନ୍ତୁ ତାଙ୍କର କୌଣସି ବି ଜଣେ ସଂପର୍କୀୟ ଶବ ସତ୍କାର ପାଇଁ ଆଗକୁ ଆସିନଥିଲେ । ଓଡିଶା-ମୋ ପରିବାର ସଦସ୍ୟା ଭାରତୀ ସିଂହ ଏହି ଖବର ଜାଣିବା ପରେ ଓଡିଶା-ମୋ ପରିବାର କାର୍ଯ୍ୟାଳୟକୁ ଜଣାଇଥିଲେ । ପରେ ଓଡିଶା-ମୋ ପରିବାର ସଦସ୍ୟମାନେ ସେଠାରେ ପହଞ୍ଚି ପାର୍ବତୀଙ୍କ ଶବକୁ ସତ୍କାର କରିବାପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।