ଓଡିଶା

odisha

By

Published : Jun 20, 2021, 6:37 AM IST

ETV Bharat / city

IAS ଗୁରୁପ୍ରସାଦଙ୍କ ବିୟୋଗରେ ନିସ୍ତବ୍ଧ ପରିବାର, ଝୁରୁଛନ୍ତି ମା’

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁ ପ୍ରସାଦ ନିକଟରେ କୋରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟପ ହେବା ପରେ ଝୁରି ହେଉଛନ୍ତି ପରିବାର । ଅଧିକ ପ ପଢନ୍ତୁ...

ଗୁରୁପ୍ରସାଦଙ୍କ ବିୟୋଗରେ ଝୁରି ହେଉଛି ପରିବାର
ଗୁରୁପ୍ରସାଦଙ୍କ ବିୟୋଗରେ ଝୁରି ହେଉଛି ପରିବାର

ଭୁବନେଶ୍ବର: ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁ ପ୍ରସାଦଙ୍କ ବିୟୋଗରେ ଝୁରି ହେଉଛନ୍ତି ପରିବାର । ସେ ନିକଟରେ କୋରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ନିଜର ଉତ୍ତମ ପ୍ରଶାସନିକ କାର୍ଯ୍ୟ ପାଇଁ ଜଣାଶୁଣା ହୋଇଥିବା ବେଳେ ପରିବାର ପାଇଁ ସୁନା ପୁଅ ଥିଲେ । ତାଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ।

ଗୁରୁପ୍ରସାଦଙ୍କ ବିୟୋଗରେ ଝୁରି ହେଉଛି ପରିବାର

ଆଉ ପୁଅର ବିୟୋଗରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ମା’ ପ୍ରସନ୍ନା କୁମାରୀ ଦେବୀ । କାରଣ ବଡ ପୁଅକୁ ପୂର୍ବରୁ ହରାଇଥିବା ବେଳେ ଆଜି ସାନ ପୁଅର ମୃତ୍ୟୁ ତାଙ୍କୁ ନିଶବ୍ଦ କରିଦେଇଛି । ତେବେ ଗୁରୁପ୍ରସାଦଙ୍କ ଘର ନିଆଳିରେ ହୋଇଥିବା ବେଳେ ସେ ଶହୀଦ ନଗରରେ ରହୁଥିଲେ । ସ୍ବର୍ଗତ ବିଶିଷ୍ଟ ଲେଖକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ ଥିଲେ ଗୁରୁପ୍ରସାଦ । ପତ୍ନୀ ଅଞ୍ଜଳି ମହାପାତ୍ର ଏବଂ ଦୁଇ ପୁଅ ଦୀପ୍ତିମାନ ଓ ଜୟୀମୁତଙ୍କ ସହ ଦିଲ୍ଲୀରେ ରହୁଥିଲେ ସେ । ଉତ୍ତମ ପ୍ରଶାସନିକ କାର୍ଯ୍ୟ ଓ ଦେଶ ପାଇଁ ସେବା ମନୋଭାବକୁ ନେଇ ଖାଲି ରାଜ୍ୟ ନୁହେଁ ଦେଶ ପାଇଁ ଅନେକ ଖ୍ୟାତି ଆଣିଥିବା ବେଳେ ସେ ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ବୋଲି କୁହନ୍ତି ତାଙ୍କ ଭଉଣୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details