ଓଡିଶା

odisha

ETV Bharat / city

13 ବର୍ଷୀୟ ଝିଅର ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା - bhubaneswar latest news

ହସ୍ପିଟାଲ କର୍ତ୍ତୃପକ୍ଷ ସାମାନ୍ୟ ଧରଣର ଅପରେସନ କରାଯିବ କହି ଭେଣ୍ଟିଲେଟରରେ ରଖି ଝିଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ଅଧିକ ପଢନ୍ତୁ:

13ବର୍ଷ ଝିଅର ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା
13ବର୍ଷ ଝିଅର ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

By

Published : Nov 28, 2020, 4:39 PM IST

ଭୁବନେଶ୍ବର: ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ସାମାନ୍ୟ ଧରଣର ଅପରେସନ କରାଯିବ କହି ଭେଣ୍ଟଲେଟରରେ ରଖି ଝିଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ।

13ବର୍ଷ ଝିଅର ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

ସୂଚନାମୁତାବକ, କଟକର 13 ବର୍ଷୀୟ ଝିଅ ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ପ୍ରାଚୀକୁ ନେଇ ଆସିଥିଲେ ପରିବାର ଲୋକେ। ସେଠାରେ ଡାକ୍ତର କହିଥିଲେ ପ୍ରାଚୀର ସାମାନ୍ୟ 15 ମିନିଟ ଅପରେସନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । ତେବେ ଏଭଳି କହି ଜବରଦସ୍ତ ଟେଷ୍ଟ କରି ଅପରେସନ ପାଇଁ ନେଇଥିଲେ ଓଟିକୁ। ହେଲେ ଏକ ଘଣ୍ଟା ପରେ ଝିଅକୁ ଆଇସିୟୁକୁ ଡାରକ୍ତର ସ୍ଥାନନ୍ତରିତ କରିଥିଲେ। ତେବେ 3 ଦିନ ଧରି ଭେଣ୍ଟଲେଟର ରଖିଥିଲେ ଝିଅଟିକୁ । ପରିବାର ଲୋକଙ୍କୁ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି କହିଥିଲେ। ଏହା ସହ 3 ଲକ୍ଷ 45 ହଜାର ଟଙ୍କା ଜମା କରିବାକୁ କହିଥିଲେ।

ତେବେ ଝିଅ ଭେଣ୍ଟଲେଟରରେ ରହିଥିବା ବେଳେ ବ୍ରେନ ଡେଡ ହୋଇଛି। ଏପଟେ ଭେଣ୍ଟଲେଟର କାଢିବା ପାଇଁ ଲିଖିତ ଆକାରରେ ଲେଖିବା ପାଇଁ ପରିବାର ଲୋକଙ୍କୁ ବାଧ୍ୟ କରାଯାଉଛି ବୋଲି ପରିବାରବର୍ଗ କହିଛନ୍ତି। ଯାହାଫଳରେ ମନାବାଧିକାର କର୍ମୀ ପ୍ରଦୀପ ନାୟକଙ୍କ ସହ ପ୍ରାଚୀର ପରିବାର ଓ ପୋଲିସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଯାହା ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details