ଓଡିଶା

odisha

ETV Bharat / city

ଜମି ଯୋଗାଇବା ନାଁରେ ଠକେଇ, ରାଜଧାନୀରେ ନକଲି ଆରଆଇ ଗିରଫ - ନକଲି ଆରଆଇକୁ ବାନ୍ଧିଛି ପୋଲିସ

ହୁସିଆର ! ରାଜଧାନୀରେ ଜମି କିଣା ବିକା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । ଜଣେ ନକଲି ଆରଆଇକୁ ବାନ୍ଧିଛି ପୋଲିସ । ଅଧିକ ପଢନ୍ତୁ...

ଜମି ଯୋଗାଇବା ନାଁରେ ଠକେଇ, ରାଜଧାନୀରେ ନକଲି ଆରଆଇ ଗିରଫ
ଜମି ଯୋଗାଇବା ନାଁରେ ଠକେଇ, ରାଜଧାନୀରେ ନକଲି ଆରଆଇ ଗିରଫ

By

Published : Mar 18, 2021, 7:18 AM IST

ଭୁବନେଶ୍ବର: ରାଜଧାନୀରେ ଜମି କିଣା ବିକା କରୁଥିଲେ ସାବଧାନ । କାରଣ ଠକ ବୁଲୁଛି ନକଲି ଆରଆଇ ବେଶରେ । ଏମିତି ଠକ ଧରାପଡିଛି କମିସନରେଟ ପୋଲିସ ହାତରେ ଯିଏକି, ଜମି ଦେବା ନାଁରେ ଠକେଇ କରିଛି ଲକ୍ଷାଧିକ ଟଙ୍କା ।

ରାଜଧାନୀରେ ଲୋକଙ୍କୁ କମ ଦରରେ ସରକାରୀ ଜମି ଯୋଗାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତକୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ରାଜେଶ କୁମାର ସେଠୀ । ସେ ନୟାପଲ୍ଲୀ ସ୍ଥିତ ଜଗନ୍ନାଥ ଆପାର୍ଟମେଣ୍ଟରେ ରହୁଥିଲା । ପୋଲିସ ଗିରଫ ଅଭିଯୁକ୍ତ ଠାରୁ ୩ ଟି ନକଲି ଆର ଆଇ ଅମିନ ଆଇଡିକାର୍ଡ ସମେତ ଅନେକ ସିମକାର୍ଡ, ଏଟିଏମ୍‌ କାର୍ଡ ଏବଂ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି ।

ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ନିଜକୁ ଖୋର୍ଦ୍ଧା କାର୍ଯ୍ୟାଳୟର ଆର ଆଇ, କେନ୍ଦ୍ରାପଡା ଅମିନ ଦର୍ଶାଇବା ସହ ନକଲି ଆଇକାର୍ଡ ଦେଖାଇ ଲୋକମାନଙ୍କ ବିଶ୍ବାସ ଜିତୁଥିଲା । ପରେ ସେମାନଙ୍କୁ ଭୁବନେଶ୍ବର ସ୍ଥିତ କଳିଙ୍ଗନଗର ଅଞ୍ଚଳରେ କମ ଦରଦାମରେ ସରକାରୀ ଜମି ଯୋଗାଇବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ କରି ଦୁଇ ବର୍ଷ ହେବ ଫେରାର ହୋଇଯାଇଥିଲା। ଠକେଇର ସମ୍ମୁଖୀନ ହୋଇଥିବା ଶୁଭ୍ରାଂଶୁ ଶେଖର ସେଠୀ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଅଭିଯୁକ୍ତ ତାଙ୍କୁ ଜମି ଯୋଗାଇବା ପାଇଁ ଅଗ୍ରୀମ ୨.୫ ଲକ୍ଷ ଟଙ୍କା ନେଇଥିଲା । ଯାହାକୁ ନେଇ ଥାନାରେ ଅଭିଯୋଗକାରୀ ଦ୍ବାରସ୍ଥ ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details