ଓଡିଶା

odisha

ETV Bharat / city

ସୁନ୍ଦରୀ କରୁଛି ଫେକ ରିକ୍ରୁଟମେଣ୍ଟ, ଏୟାରପୋର୍ଟରୁ ଧରାପଡିଲା ଗ୍ୟାଙ୍ଗ - ଏୟାରପୋର୍ଟରୁ ଧରାପଡିଲା ଫେକ ରିକ୍ରୁଟମେଣ୍ଟ ଗ୍ୟାଙ୍ଗ୍

ଚେହେରା ଦେଖାଇ ମୋହରା। ମିଠା ମିଠା କଥା କହି ଚାକିରି ଦେବା ନାଁରେ ଠକେଇ। କନସଲଟାନ୍ସି ଅଫିସ ଖୋଲି ଚାକିରି ଦେବା ନାରେ ରେଜିଷ୍ଟ୍ରେସନ ଫି ଆଳରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ସୁନ୍ଦରୀ କରୁଛି ଫେକ ରିକ୍ରୁଟମେଣ୍ଟ
ସୁନ୍ଦରୀ କରୁଛି ଫେକ ରିକ୍ରୁଟମେଣ୍ଟ

By

Published : Jul 21, 2021, 8:22 AM IST

Updated : Jul 21, 2021, 9:31 AM IST

ଭୁବନେଶ୍ବର: ଚେହେରା ଦେଖାଇ ମୋହରା। ମିଠା ମିଠା କଥା କହି ଚାକିରି ଦେବା ନାଁରେ ଠକେଇ। କନସଲଟାନ୍ସି ଅଫିସ ଖୋଲି ଚାକିରି ଦେବା ନାରେ ରେଜିଷ୍ଟ୍ରେସନ ଫି ଆଳରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି ଢଙ୍ଗରେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ୨ ଲକ୍ଷ ଠକେଇ କରିଥିବା ଠକକୁ କାବୁ କରିଛି ମଞ୍ଚେଶ୍ବର ଥାନା ପୋଲିସ। ଠକେଇ କରିଥିବା ସୁନ୍ଦରୀ ଓଡିଶା ଛାଡି ଫେରାର ପାଇଁ ଉଦ୍ୟମ କରୁଥିବାବେଳେ ଏୟାରପୋର୍ଟରୁ ଯୁବତୀକୁ କାବୁ କରିଛି ପୋଲିସ। ଯୁବତୀର ସୁଚନା ଆଧାରରେ ଏହା ପଛର ମାଷ୍ଟରମାଇଣ୍ଡ ଅନିଲ ସାହୁକୁ ମଧ୍ୟ ଗିରଫ କରିଛି ପୋଲିସ।

ସୁନ୍ଦରୀ କରୁଛି ଫେକ ରିକ୍ରୁଟମେଣ୍ଟ

ତେବେ ଏମାନେ ଠକେଇ ପାଇଁ ଏକ ପ୍ଲାନ ରଚିଥିଲେ। ମଞ୍ଚେଶ୍ବର ଥାନା କୋଚିଲେଇ ହାଟ ନିକଟ ଓମକାର ବିଜନେସ ନାଁରେ ଏକ କନସଲଟାନ୍ସି ଅଫିସ ଖୋଲିଥିଲେ। ମାଷ୍ଟରମାଇଣ୍ଡ ଅନିଲ ସାହୁ ଦିଲ୍ଲୀର ଏକ ଯୁବତୀକୁ ସେଠାରେ କାଉନସେଲର ଭାବେ ବୁଝାସୁଝା କରୁଥିଲେ। ଅର୍ଥାତ ସମସ୍ତ ଵେକାର ଯୁବକଯୁବତୀଙ୍କ ଡାଟା ସଂଗ୍ରହ କରୁଥିଲେ ଅନିଲ। ସେହି ଡାଟାକୁ ଆଧାରକରି ସେମାନଙ୍କ ପାଠ ପଢିଵାର ଡିଗ୍ରି ଅନୁସାରେ ଚାକିରୀ ଅଫର କରୁଥିଲେ ସୁନ୍ଦରି ତରୁଣୀ ଜଣକ।

ଏପରିକି ଯେଉଁ ପିଲା ରେଫରେନସରେ ଆସୁଥିଲେ ସେମାନଙ୍କୁ ମଧ୍ୟ ବିଭିନ୍ନ କମ୍ପାନୀରେ ତାଙ୍କ ଦ୍ଵାରା ଚାକିରି ପାଇଥିବା ପିଲାଙ୍କ ଫଟୋ ଦେଖାଇ ବିଶ୍ଵାସ ଜନ୍ମାଉଥିଲେ । ମାଟ୍ରିକ ଫେଲ ଠାରୁ ଆରମ୍ଭ କରି ବିଟେକ ପର୍ଯନ୍ତ ବେକାର ଯୁବପିଢିଙ୍କୁ ଚାକିରି ଲାଳସା ଦେଖାଇ ପ୍ରଥମେ ରେଜିଷ୍ଟ୍ରେସନ ଫି ୧୦୦୦ଟଙ୍କା ଓ ପରେ ଜଣକ ପିଛା ୧୦ରୁ ୧୫ହଜାର ଲେଖାଏଁ ନେଉଥିଲେ। ନାମିଦାମୀ ଟେଲିକମ କମ୍ପାନୀର ସେଲସ ଓ ସର୍ଭିସ ସହ ରିଟେଲ ଆଉଟଲେଟ ଓ ବିଭିନ୍ନ କମ୍ପାନୀର ଅଫିସ ଆସିଷ୍ଟାଣ୍ଟ ଆଦି ଚାକିରିର ଭରସା ଦେଖାଇ ଟଙ୍କା ସଗ୍ରହ କରୁଥିଲେ।

ଆଉ ସୁନ୍ଦରି ଜଣକ ମିଠା ମିଠା କଥା କହି ଓୟୋ ରୁମରେ ମିଟିଂର ଆଳ ଦେଖାଇ ଅନେକ ବ୍ରୋକର ତିଆରି କରୁଥିଲେ। ଯାହାଦ୍ଵାରା ପିଲାଙ୍କୁ ଆଣି କିପରି ଚାକିରି ଦେବା ଆଳରେ ଠକେଇ ପାଇ ପ୍ଲାନ କରୁଥିଲେ। ୧୦ଲକ୍ଷ ଟଙ୍କା ସଗ୍ରହ ପରେ ଯୁବତୀ ଦିଲ୍ଲୀ ପଳାଇବେ ଆଉ କେହି ଜାଣିପାରିବେନି ଭାବି ଖସିଯିଵାକୁ ଉଦ୍ୟମ କରୁଥିଲେ। ହେଲେ ଶେଷ ମୁହୁର୍ତ୍ତରେ କିଛି ପିଲା ଯାହାଙ୍କୁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରୋ ରିସର୍ଚ ସେଣ୍ଟରରେ ଚାକିରି ଦେବ କହି ୨ ଲକ୍ଷ ଠକିନେଇଥିଲେ।ସେମାନେ ତାକୁ ଟ୍ରାକ କରି ସେ ପଳାଉଥିବା ପୋଲିସକୁ ଜଣାଇଥିଲେ।

ତେଵେ ଏୟାରପୋର୍ଟରୁ ଯୁବତୀକୁ କାଵୁ କରିଵା ସହ ମାଷ୍ଟରମାଇଣ୍ଡ ଅନିଲର ଠକାମି ନେଟଓର୍କ ଜାଣିବାକୁ ପାଇଥିଲେ ପୋଲିସ। ତେଵେ ଏନେଇ ଅନିଲକୁ ପୋଲିସ ଗିରଫ କରିଥିଵା ଵେଳେ ଯୁଵତୀ ଜଣକ ତାଙ୍କ ପାଇ ଦରମାରେ କାମ କରୁଥିଵା କହୁଥିଵାରୁ ତାକୁ ପଚରାଉଚରା କରିଛି ପୋଲିସ। ଅନେକ ଯୁବପିଢି ଏଭଳି ଠକାମିର ଶିକାର ହେଉଥିଵା ଵେଳେ ଏସବୁ ରୋକିଵା ଏକ ଚ୍ୟାଲେଞ୍ଜ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 21, 2021, 9:31 AM IST

ABOUT THE AUTHOR

...view details