ଓଡିଶା

odisha

ରାଜଧାନୀରେ ପାଓ୍ବାର‌ବ୍ୟାଙ୍କ ବିକୁଥିଲେ ୨ ମହିଳା, ବ୍ୟାଟେରୀ ବଦଳରେ ଭର୍ତ୍ତି ହୋଇଥିଲା କାଦୁଅ

By

Published : Jan 11, 2022, 7:14 AM IST

ରାଜଧାନୀରେ ନକଲି ପାୱାର ବ୍ୟାଙ୍କ ଠକ ଗ୍ୟାଙ୍ଗ । କମ ମୂଲ୍ୟରେ ଲୋକଙ୍କୁ ପ୍ରବର୍ତ୍ତାଇ ନିକଲି ପାୱାର ବ୍ୟାଙ୍କ ବିକ୍ରି ବେଳେ ଦୁଇ ମହିଳା ଧରା ପଡ଼ିଛନ୍ତି । ପାୱାର ବ୍ୟାଙ୍କରୁ ବ୍ୟାଟେରୀ ନୁହେଁ କାଦୁଅ ବାହାରୁଥିଲା । ଅଧିକ ପଢ଼ନ୍ତୁ

fake power bank fraud in bhubaneswar
ରାଜଧାନୀରେ ନକଲି ପାୱାର ବ୍ୟାଙ୍କ ଠକ ଠାବ, ବ୍ୟାଟେରୀ ବଦଳରେ ଭର୍ତ୍ତି ହୋଇଥିଲା କାଦୁଅ

ଭୁବନେଶ୍ବର: ରାଜଧାନୀରେ ନକଲି ପାୱାର ବ୍ୟାଙ୍କ ଠକ ଗ୍ୟାଙ୍ଗ । କମ ମୂଲ୍ୟରେ ଲୋକଙ୍କୁ ପ୍ରବର୍ତ୍ତାଇ ନିକଲି ପାୱାର ବ୍ୟାଙ୍କ ବିକ୍ରି ବେଳେ ଦୁଇ ମହିଳା ଧରା ପଡ଼ିଛନ୍ତି । ପାୱାର ବ୍ୟାଙ୍କରୁ ବ୍ୟାଟେରୀ ନୁହେଁ କାଦୁଅ ବାହାରୁଥିଲା । ଏହି ଘଟଣାରେ କମିଶନରେଟ ପୋଲିସ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଭୁବନେଶ୍ବର ରାସ୍ତା କଡ଼ରେ ବୁଲି ବୁଲି ଏମାନେ ନକଲି ପାୱାରବ୍ୟାଙ୍କ ବିକ୍ରି କରୁଥିବା ଜଣାପଡ଼ିଛି । ରାଜ୍ୟ ବାହାରୁ ଆସି ଲୋକଙ୍କୁ ଭୂଆଁ ବନାଉଛନ୍ତି ।

ପାଓ୍ବାର ବ୍ୟାଙ୍କ କିଣୁଥିଲେ ହୁସିଆର।ରାଜଧାନୀରେ ନକଲି ପାଓ୍ବାର‌ ବ୍ୟାଙ୍କ ଠକ ଗ୍ୟାଙ୍ଗ ଠାବ ହୋଇଛନ୍ତି। ପାଓ୍ବାର ବ୍ୟାଙ୍କ ଦେଖିବାକୁ ନୁଆ ହେଲେ ଭିତରୁ କାଦୁଅ ବାହାରିଥିବା ଦେଖିବାକୁ ମିଳୁଛି । ଅର୍ଥାତ୍ ବ୍ୟାଟେରୀ ବଦଳରେ କାଦୁଅ ଭର୍ତ୍ତି କରି ୨୦୦ରୁ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଗ୍ୟାଙ୍ଗରେ ମହିଳା ମାନେ ସାମିଲ ହୋଇଥିବା ଜଣା ପଡ଼ିଛି । ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ଏହି ଠକ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ସୂଚନା ମୁତାବକ କ୍ୟାପିଟାଲ ଥାନା ଏସବିଆଇ ମୁଖ୍ୟ ଶାଖା ନିକଟ ୟୁନିଟ୍ -1ରେ ଥିବା ଫ୍ରୁଟ ଷ୍ଟଲକୁ ଦୁଇ ଗିରଫ ମହିଳା ଅଭିଯୋଗକାରୀଙ୍କ ନିକଟକୁ ଆସିଥିଲେ। ଏବଂ ସେମାନଙ୍କୁ ୫୦୦ ଟଙ୍କା ମୂଲ୍ୟର ମୋବାଇଲ୍ ପାୱାର ବ୍ୟାଙ୍କ କିଣିବାକୁ ପ୍ରବର୍ତ୍ତାଇଥିଲେ। ଅଭିଯୋଗକାରୀ ସେମାନଙ୍କଠାରୁ ୧୦୦୦ ଟଙ୍କା ଦେଇ ଦୁଇଟି ପାୱାର ବ୍ୟାଙ୍କ କିଣିଥିଲେ। ଏହାପରେ ଅଭିଯୋଗକାରୀ ସିଲ୍ ଖୋଲି ପାୱାର ବ୍ୟାଙ୍କ ଦ୍ଵାରା ନିଜ ମୋବାଇଲ ଚାର୍ଜିଂରେ ରଖିଥିଲେ ମଧ୍ୟ ଚାର୍ଜ ହୋଇନଥିଲା। ଅଭିଯୋଗକାରୀ ପାୱାର ବ୍ୟାଙ୍କ ଖୋଲି ଦେଖିଲେ ଯେ ପାୱାର ବ୍ୟାଙ୍କ ଭିତର ଅଂଶରେ ବ୍ୟାଟେରୀ ନୁହେଁ କାଦୁଅ ଭର୍ତ୍ତି ହୋଇଛି। ଏହି ଘଟଣାରେ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ବେଳେ ଉଭୟ ଅଭିଯୁକ୍ତ ମହିଳାମାନଙ୍କୁ ଚିହ୍ନଟ କରାଯାଇଥିଲା । ଏହା ପରେ ଦୁଇ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଦୁଇ ମହିଳା ମହାରାଷ୍ଟ୍ରର ଆଶା ଯାଦବ ଓ ନିର୍ମଳ ଯାଦବ ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କଠାରୁ ଗୋଟିଏ ହାଣ୍ଡବ୍ୟାଗ ଓ ୧୦୦୦ ଟଙ୍କା ଜବତ କରାଯାଇଥିଲା । ଉକ୍ତ ହାଣ୍ଡବ୍ୟାଗରେ ୧୫ ଟି ପାୱାର ବ୍ୟାଙ୍କ ଥିଲା। ଏବଂ ପ୍ରତ୍ୟେକ ପାୱାର ବ୍ୟାଙ୍କ କାଦୁଅରେ ଭର୍ତି ଥିବାର ଜଣାପଡ଼ିଥିଲା । ତେବେ ପାୱାର ବ୍ୟାଙ୍କ ଭିତରେ ଓଦା କାଦୁଅ ରଖି କମ୍ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଥିବାର ସେମାନେ ପୋଲିସ ନିକଟରେ ସ୍ବୀକାର କରିଥିଲେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details