ଓଡିଶା

odisha

ETV Bharat / city

ବନ୍ଧାହେଲେ ନକଲି OTDC ଅଧ୍ୟକ୍ଷ, ୧୫୦ କୋଟିର ଫେକ ଓ୍ବାର୍କ ଅର୍ଡର ଦେଇ ଲୁଟିଛନ୍ତି ୩କୋଟି - Fraud OTDC Chairman

ଫେକ୍ ଓ୍ବାର୍କ ଅର୍ଡର ବଳରେ ଯୁବକଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ । ଏନେଇ ନକଲି OTDC ଅଧ୍ୟକ୍ଷଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧା ଶାଖା (EOW) । ଅଧିକ ପଢନ୍ତୁ...

ବନ୍ଧାହେଲେ ନକଲି OTDC ଅଧ୍ୟକ୍ଷ, ୧୫୦ କୋଟିର ଫେକ ଓ୍ବାର୍କ ଅର୍ଡର ଦେଇ ଲୁଟିଛନ୍ତି ୩କୋଟି
ବନ୍ଧାହେଲେ ନକଲି OTDC ଅଧ୍ୟକ୍ଷ, ୧୫୦ କୋଟିର ଫେକ ଓ୍ବାର୍କ ଅର୍ଡର ଦେଇ ଲୁଟିଛନ୍ତି ୩କୋଟି

By

Published : Aug 22, 2021, 5:51 PM IST

Updated : Aug 22, 2021, 6:56 PM IST

ଭୁବନେଶ୍ବର:ଓଟିଡିସି ଅଫିସରେ ଠକେଇ ଅଭିଯୋଗରେ ବନ୍ଧାହେଲେ ଯୁବକ । ତଥାକଥିତ ବାବା ସାଜିଛନ୍ତି ଓଟିଡିସି ଅଧ୍ୟକ୍ଷ । ଆଉ ତାଙ୍କର ମିଡିଲମ୍ୟାନ ସାଜିଥିଲେ ଓଟିଡିସିର ପୂର୍ବତନ କର୍ମଚାରୀ ତଥା ଇଞ୍ଜିନିୟର ।

ବନ୍ଧାହେଲେ ନକଲି OTDC ଅଧ୍ୟକ୍ଷ, ୧୫୦ କୋଟିର ଫେକ ଓ୍ବାର୍କ ଅର୍ଡର ଦେଇ ଲୁଟିଛନ୍ତି ୩କୋଟି

ସୂଚନାନୁଯାୟୀ ଜଣେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟରକୁ ୧୫୦ କୋଟି ଟଙ୍କାର ଓ୍ବାର୍କ ଅର୍ଡର ଦେବା ନାଁରେ ୩କୋଟି ଠକିନେଇଥିଲେ ଉକ୍ତ ଯୁବକ ଜଣକ । ତେବେ ୧.୫କୋଟି ଆକାଉଣ୍ଟ ଜରିଆରେ ଆଉ ଅବଶିଷ୍ଟ ୧.୫କୋଟି ନଗଦ କ୍ୟାସ ଆକାରରେ ନେଇଥିଲେ । ହେଲେ ୧୦ଟି ଓ୍ବାର୍କ ଅର୍ଡର ଦେବା ପରେ କାମ ନ ମିଳିବା ପରେ ଓଟିଡିସିରେ ଅଭିଯୋଗ କରିଛନ୍ତି ଯୁବ ଇଞ୍ଜିନିୟର ।

ଏହାର ତଦନ୍ତ ଜାରି ରହିଥିବାବେଳେ ଧରାପଡିଥିବା ନକଲି ଓଟିଡିସି ଚେୟାରମ୍ୟାନ ବିଜୟାନନ୍ଦ ଚୌଧୁରୀ ତଥା ବାବା ସ୍ବାମୀ ବିଜୟାନନ୍ଦ ଓ ଠକେଇରେ ସହଯୋଗ କରିଥିବା ଅଭିଯୋଗରେ ଇଞ୍ଜିନିୟର ଆକାଶ ମହାନ୍ତିଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧା ଶାଖା (ଇଓଡବ୍ଲୁ) ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 22, 2021, 6:56 PM IST

ABOUT THE AUTHOR

...view details