ଓଡିଶା

odisha

ETV Bharat / city

ନକଲି ଚିଠି ପ୍ରସଙ୍ଗ: ବିଜେପିକୁ କମିଶନରେଟ ପୋଲିସର ନୋଟିସ - ନୋଟିସ

ଗୁଇନ୍ଦା ଚିଠି ପ୍ରସଙ୍ଗରେ ପିଜେପିକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ ।ଗତ ସପ୍ତାହରେ ବିଜେପିର ପ୍ରେସ ମିଟ୍ ବେଳେ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲେ ତାହାର ଏକ କପି ଥାନାରେ ଦାଖଲ କରିବାକୁ ନୋଟିସ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା

By

Published : Mar 20, 2019, 9:01 PM IST

ଭୁବନେଶ୍ବର: ଗୁଇନ୍ଦା ଚିଠି ପ୍ରସଙ୍ଗରେ ପିଜେପିକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତାକାଲି (ଗୁରୁବାର) ସକାଳ ୧୦ଟା ସମୟରେ ଖରବେଲାନଗର ଥାନାରେ ହାଜର ହେବା ସହ ତଥ୍ୟ ରଖିବାକୁ ନୋଟିସରେ ଉଲ୍ଲେଖ । ଏହାକୁ ନେଇ ବିଜେପି ନେତା ସମିରି ମହାନ୍ତିଙ୍କୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ ।

ଗତ ସପ୍ତାହରେ ବିଜେପିର ପ୍ରେସ ମିଟ୍ ବେଳେ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲେ ତାହାର ଏକ କପି ଥାନାରେ ଦାଖଲ କରିବାକୁ ନୋଟିସ କରାଯାଇଛି । ବିଜେପିର ନେତାଙ୍କୁ ନୋଟିସ କରାଯାଇଛି । ଆସନ୍ତାକାଲି ଖାରବେଳ ଥାନାରେ ହାଜର ହେବା ସହିତ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଥିବା ନକଲି ଚିଠିକୁ ଥାନାରେ ଉପସ୍ଥାପନ କରିବେ । ଏହାର ତଦନ୍ତ ପାଇଁ ଜୋନାଲ-୧ର ଏସିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ୯୧ସିଆର.ପିସି ନୋଟିସ୍ ଜାରି ହୋଇଛି । ଥାନାରେ କେବଳ ତଥ୍ୟ ରଖିବାକୁ କୁହାଯାଇଛି । ଏହାକୁ ନେଇ ତଦନ୍ତ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ସୂଚନା ଅନୁଯାୟୀ, ନବୀନ ଙ୍କ ନିର୍ବାଚନୀ ମଣ୍ଡପକୁ ନେଇ ଗୁଇନ୍ଦା ବିଭାଗର ଏକ ରିପୋର୍ଟ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ରିପୋର୍ଟ ସତ କି ମିଛ କାହାକୁ ଜଣାନାହିଁ । ତେବେ ଏହି ରିପୋର୍ଟକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ଏହା ଏକ ମିଥ୍ୟା ଓ ନକଲି ଚିଠି ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି ।

ତେବେ ଖାରବେଳ ନଗର ଥାନାରେ ୪୬୫,୪୬୮,୪୬୯,୪୭୧ ଦଫାରେ ମାମଲା ରୁଜୁ କରାଯାଇଛି । ଏହି ନକଲି ଚିଠି ଆଧାରରେ ତଦନ୍ତ କରାଯାଉଛି । ତେବେ ଏହି ମାମଲାକୁ ଜୋନ-୧ ଏସିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି ବୋଲି କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ , ଇଟିଭି ଭାରତ

ABOUT THE AUTHOR

...view details